jayashree

କଲମପୁର ନବଦିନାତ୍ମକ ଦୁର୍ଗାପୂଜାରେ ଭକ୍ତିମୟ ପରିବେଶ : ସନ୍ଧ୍ୟା ଆଳତିରେ ପ୍ରବଳ ଜନସମାଗମ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଶାରଦୀୟ ନବଦିନାତ୍ମକ ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ କଳାହାଣ୍ଡି ଜିଲ୍ଲାର କଲମପୁର ଅଞ୍ଚଳ । ମା’ ଦୁର୍ଗାଙ୍କ ଆରାଧନାରେ ମନ୍ଦିର ଓ ପୂଜାମଣ୍ଡପରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ବିଶେଷକରି ପ୍ରତ୍ୟହ ସନ୍ଧ୍ୟା ଆଳତି ସମୟରେ ଦେଖିବାକୁ ମିଳୁଛି ପ୍ରବଳ ଜନସମାଗମ । ମା’ଙ୍କ ଦର୍ଶନ ଓ ସନ୍ଧ୍ୟା ଆଳତିରେ ସାମିଲ ହେବା ପାଇଁ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ସମେତ ମହିଳା, ପୁରୁଷ ଓ ଶିଶୁମାନେ ପୂଜାମଣ୍ଡପରେ ପହଞ୍ଚୁଛନ୍ତି । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ମା’ଙ୍କ ଆଳତିରେ ମୁଖରିତ ହେଉଛି ପୂଜାସ୍ଥଳୀ । ଶ୍ରଦ୍ଧା ଓ ଭକ୍ତିର ସହ ଆଳତିରେ ଯୋଗଦେଇ ମା’ଙ୍କ ଆଶିଷ ଲାଭ କରୁଛନ୍ତି ଅଞ୍ଚଳବାସୀ ।

Leave A Reply

Your email address will not be published.