jayashree

ପିଟାପରା ଗ୍ରାମରେ ଭାଇ ଜିଉଁନ୍ତିଆ ଉପଲକ୍ଷେ ନୃତ୍ୟ ପ୍ରତିଯୋଗିତା ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ଲେବଡ଼ା ଗ୍ରାମ ପଞ୍ଚାୟତର ପିଟାପରା ଗ୍ରାମରେ ମାଁ ଜଗତ ଜନନୀ ଶାରଦୀୟ ଦୁର୍ଗାପୂଜା ଭାଇ ଜିଉଁନ୍ତିଆ କମିଟି ତଥା ଯୁବ ଜ୍ୟୋତି କ୍ଲବ ଆନୁକୂଲ୍ୟରେ ଏକ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହା ସହିତ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମୁରିବାହାଲ ବ୍ଲକର ପୂର୍ବତନ ଅଧ୍ୟକ୍ଷ ହଂସରାଜ ଜୈନ ଯୋଗଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ସମାଜସେବୀ ତଥା ଉପ-ଡ଼ାକପାଳ ରମେଶ ଚନ୍ଦ୍ର ସାହୁ ଯୋଗଦାନ କରି ଶିକ୍ଷା ଓ ସମୃଦ୍ଧି ଉପରେ ଅଞ୍ଚଳର ଯୁବ ସମାଜକୁ ଆହ୍ୱାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଲେବଡା ସମିତି ସଭ୍ୟ ଦୁଷ୍ମନ୍ତ ନାଗ, ସମାଜସେବୀ ଡ଼ଃ ଅନ୍ନଦା ଶଙ୍କର ଦାସ, କୋଶଲି କବି ଯଶୋବନ୍ତ ସାହୁ, ସରପଞ୍ଚ ପ୍ରତିନିଧି ନବେ ହାତୀ, ୱାର୍ଡ ମେମ୍ବର ବାସୁଦେବ ସାହୁ , ଅବସରପ୍ରାପ୍ତ ଯବାନଦ୍ୱୟ ଯୁବରାଜ ମାଝୀ ଓ ଜୟନାରାୟଣ ସାହୁ, ନରେନ୍ଦ୍ର ମହାରଣା ଓ ତପନ ଦୀପ ପ୍ରମୁଖ ଯୋଗଦାନ କରି ଶ୍ରୋତାମାନଙ୍କୁ ଅନେକ ଦିଗ ଦର୍ଶନ ଦେଇଥିଲେ । ମଞ୍ଚରେ “ଆଦର୍ଶ ଡାକ୍ତର” ଭାବରେ ଡ଼ଃ ଅନ୍ନଦା ଶଙ୍କର ଦାସଙ୍କୁ ସ୍ଵତନ୍ତ୍ର ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଅବସରପ୍ରାପ୍ତ ଭାରତୀୟ ସୈନିକ ଯୁବରାଜ ମାଝୀଙ୍କୁ ମଧ୍ୟ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଗ୍ରାମର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମହେନ୍ଦ୍ର ସାହୁ, ଉମାକାନ୍ତ ସାହୁ, ସୋମନାଥ ସାହୁଙ୍କୁ ମଧ୍ୟ ଗାଁ ପକ୍ଷରୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଦୁଧେଶ୍ଵର ସାହୁ ଓ ସତ୍ୟନାରାୟଣ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ନୃତ୍ୟ ପ୍ରତିଯୋଗିତାର ଦ୍ୱିତୀୟ ପର୍ଯ୍ୟାୟରେ ବିକ୍ରମ ସାହୁ, ସିତୁ ସାହୁ, ରମେଶ ସାହୁ ମଞ୍ଚ ପରିଚାଳନା ସୁନ୍ଦର ତଥା ଚମତ୍କାର ଭାବରେ କରିଥିଲେ । ନୃତ୍ୟ ବିଚାରକ ଭାବେ ସତ୍ୟନାରାୟଣ ସାହୁ, କୁମାରୀ ସେଜଲ ମେହେର, ବିଜୟ କୁମାର ସାହୁ ଯୋଗଦାନ କରିଥିଲେ । ସମ୍ପୂର୍ଣ୍ଣ ନିରପେକ୍ଷ ବିଚାର କରି ବିଚାରକମାନେ ଚୂଡ଼ାନ୍ତ ନିଷ୍ପତି ନେଇଥିଲେ । ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମରେ “ସାଇନିଙ୍ଗ ଷ୍ଟାର୍ ଗ୍ରୁପ୍” ଟିଟିଲାଗଡ ପ୍ରଥମ, “ଟି କେ ଷ୍ଟାର୍ ଗ୍ରୁପ୍” ଗୁଞ୍ଚିତରା ଦ୍ୱିତୀୟ, “ହାପି ଡ୍ୟାନସ୍ ଗ୍ରୁପ୍” ଲୁଥୁରବନ୍ଧ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । କାର୍ଯ୍ୟକ୍ରମରେ “ମା ଜଗତ ଜନନୀ ଶାରଦୀୟ ଦୁର୍ଗାପୂଜା ଭାଇ ଜିଉଁନ୍ତିଆ କମିଟି” ଓ ଯୁବ ଜ୍ୟୋତି କ୍ଲବ୍ ପିଟାପରାର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିବା ସହ ଶୃଙ୍ଖଳିତ ଭାବରେ ଆୟୋଜିତ କାର୍ଯ୍ୟକ୍ରମ ସମାପ୍ତି ହୋଇଥିଲା ।

Leave A Reply

Your email address will not be published.