jayashree

ହର୍ଡାଟାଲରେ ରାମାୟଣ ପାରାୟଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ହର୍ଡାଟାଲ ସ୍ଥିତ ରଣଶ୍ୱର ରାମଚଣ୍ଡୀ ପୀଠ ଠାରେ ଜିଲ୍ଲା କୁଲତା ସମାଜ ପକ୍ଷରୁ ରାମାୟଣ ପାରାୟଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିରେ ଗାୟକ ଭାବେ ଇପ୍ସିତ ମିଶ୍ର ଯୋଗଦେଇ ରାମାୟଣ ପାରାୟଣ କରୁଥିବା ଜଣାଯାଇଛି । ନବଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୨୬ରେ ପୂର୍ଣ୍ଣାହୁତି ତଥା ଉଦ୍‌ଯାପିତ ହେବ । ପ୍ରାରମ୍ଭରେ ଅଧିବାସ ତଥା ନବରାତ୍ର ପାଇଁ ଦୀପ ପ୍ରଜ୍ୱଳନ କରାଯାଇଥିଲା । ଜିଲ୍ଲା କୁଲତା ସମାଜ ସଭାପତି ବେଲାର ସିଂ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରତ୍ୟହ ଶତାଧିକ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଭୁକୃପା ଲାଭ କରୁଥିବା ଜଣାଯାଇଛି ।

Leave A Reply

Your email address will not be published.