
ବଲାଙ୍ଗିର, (କେପିଏନ୍ଏସ୍) : ଭାଇର ଶୁଭ ମନାସି ଭଉଣୀର ଉପବାସ । ଭାଇର ଦୀର୍ଘାୟୁ ଓ ମଙ୍ଗଳ କାମନା କରି ଭାଇ ଜିଉଁନ୍ତିଆ ଓଷା ପାଳନ କରୁଛନ୍ତି ଭଉଣୀମାନେ । ନିର୍ଜଳା ଉପବାସ ରଖି ମାଆ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରିବା ସହ ପାରମ୍ପରିକ ରୀତିନୀତିରେ ଏହି ଓଷା ପାଳନ କରିଛନ୍ତି । ବଲାଙ୍ଗିର ସହରରେ ମଧ୍ୟ ଏହି ପର୍ବକୁ ନେଇ ଭଉଣୀମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ । ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ଅତୁଟ ସ୍ନେହ ଓ ଭଲପାଇବାର ପ୍ରତୀକ ହେଉଛି ଭାଇ ଜିଉଁନ୍ତିଆ ଓଷା । ଏହି ଅବସରରେ ବଲାଙ୍ଗିର ସହରରେ ଭଉଣୀମାନେ ଏକାଠି ହୋଇ ମାଆ ଦୁର୍ଗାଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି । ଭାଇଙ୍କ ସୁସ୍ଥ ଜୀବନ, ଦୀର୍ଘାୟୁ ଓ ମଙ୍ଗଳ କାମନା କରି ନିର୍ଜଳା ଉପବାସ ରଖିଛନ୍ତି । ପାରମ୍ପରିକ ବିଧିବିଧାନ ଅନୁସାରେ ଓଷା ପାଳନ କରିବା ସହ ଭାଇଙ୍କ ପ୍ରତି ନିଜର ସ୍ନେହ ଓ ଶୁଭକାମନା ଜଣାଇଛନ୍ତି ଭଉଣୀମାନେ । ପରମ୍ପରା ଓ ଭାଇଭଉଣୀଙ୍କ ପବିତ୍ର ସମ୍ପର୍କକୁ ନେଇ ଉତ୍ସବମୁଖର ହୋଇଉଠିଛି ପରିବେଶ ।