
ବଲାଙ୍ଗିର, (କେପିଏନ୍ଏସ୍) : ଭୁତିଆରବାହାଲ ଶାରଦୀୟ ମହୋତ୍ସବ ସଭାପତି ଆଶୀର୍ବାଦ ସାହୁଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ସମ୍ମାନିତ ଅତିଥି ଭାବେ ଉତ୍କଳମଣି ଯୁବକ ସଂଘ ସଭାପତି ନରହରି ଭାଟି ଯୋଗଦେଇ ଥିଲେ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଆ ସରକାର ଆନୁକୂଲ୍ୟରେ ଲୋକଗୀତ ଓ ଲୋକନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ବିଭିନ୍ନ ସାଂସ୍କୃତିକ ଦଳ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ । ଶେଷରେ କୈଳାସ ଚନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ହରିଶଙ୍କର ପୋଡ଼, ପୁରୁଷୋତ୍ତମ ବାଗ, ଶ୍ୟାମ ଭୋଇ, ପଞ୍ଚାନନ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।