
- ଆମ୍ବେଦକର ଯୁବକ ସଂଘର ଉଦ୍ୟମକୁ ଗ୍ରାମବାସୀଙ୍କ ପ୍ରଶଂସା
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ଗ୍ରାମ ପଞ୍ଚାୟତର ଫଟାମୁଣ୍ଡା ଗାଁରେ ଆମ୍ବେଦକର ଯୁବକ ସଂଘ ପକ୍ଷରୁ ୧୪ତମ ଟିହିଲି ଉତ୍ସବ-୨୦୨୬ ପୂର୍ବରୁ ଗାଁ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଯୁବକ ସଂଘର ସଭାପତି ଗୋପବନ୍ଧୁ ଶିକାଙ୍କ ନେତୃତ୍ୱରେ ଗାଁର ବିଭିନ୍ନ ପଡ଼ା ଓ ନଳକୂପଗୁଡ଼ିକୁ ସଫା କରାଯାଇଥିଲା । ଫଟାମୁଣ୍ଡା ଗାଁର ଦୁଇଟି ୱାର୍ଡରେ ସଫେଇ କାର୍ଯ୍ୟକ୍ରମ କରାଯାଇ ଗାଁର ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଗାଁକୁ ସବୁବେଳେ ସଫାସୁତୁରା ରଖିବା ସହ ଏକ ସୁସ୍ଥ ଓ ସୁନ୍ଦର ପରିବେଶ ଗଠନ କରିବା ଯୁବକ ସଂଘର ମୁଖ୍ୟ ଲକ୍ଷ୍ୟ ରହିଛି । ଉଲ୍ଲେଖଯୋଗ୍ୟ ଯେ, ପ୍ରତିବର୍ଷ ଟିହିଲି ଉତ୍ସବ ପୂର୍ବରୁ ଆମ୍ବେଦକର ଯୁବକ ସଂଘ ପକ୍ଷରୁ ଏଭଳି ସଫେଇ ଅଭିଯାନ ହାତକୁ ନିଆଯାଉଛି । ଦୈନନ୍ଦିନ ବ୍ୟସ୍ତତା ମଧ୍ୟରେ ଗାଁର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଯୁବକମାନଙ୍କ ଏହି ସାମୂହିକ ଉଦ୍ୟମ ଏକ ଉଦାହରଣ ସୃଷ୍ଟି କରିଛି । ସଂଘର ଏହି ମହତ୍ କାର୍ଯ୍ୟକୁ ଗ୍ରାମବାସୀ ଓ ବୁଦ୍ଧିଜୀବୀମାନେ ବେଶ୍ ପ୍ରଶଂସା କରିଛନ୍ତି । ଏହି ସଫେଇ ଅଭିଯାନରେ ରାଜେଶ, ରଜନୀ, ଶଶୀ, ସନ୍ତୋଷ, ରମେଶ, ହିମାଞ୍ଚଳ, ବଣ୍ଟି, ନିମାଇ, ରାଜୁ, ପ୍ରଶାନ୍ତ, ଭକ୍ତ, ରଞ୍ଜନ, ସୁମନ, ଶେଖର, ଅମନ, ପୁନିତ, ଶିବା, ରାଜା ଓ ରୀତିକଙ୍କ ସମେତ ସଂଘର ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।