jayashree

ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ +୨ ପ୍ରଥମ ବର୍ଷ କଳା, ବାଣିଜ୍ୟ ଓ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଆକର୍ଷଣୀୟ ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସମାରୋହରେ ନୂତନ ଭାବେ +୨ରେ ନାମ ଲେଖାଇଥିବା ୬୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉତ୍ସାହର ସହ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ତଥା ବିଦ୍ୟାଳୟର ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ମହାନନ୍ଦ ଛାତ୍ରଛାତ୍ରୀଙ୍କୁ ନୂତନ ଶିକ୍ଷା ଜୀବନ ପାଇଁ ପ୍ରେରଣାଦାୟକ ମାର୍ଗଦର୍ଶନ ଦେଇଥିଲେ । ବରିଷ୍ଠ ଇଂରାଜୀ ଅଧ୍ୟାପକ ହୃଦାନନ୍ଦ ପୁହାଣ ଓ ଓଡ଼ିଆ ଅଧ୍ୟାପିକା ଭବାନୀ ପୋଡ ଛାତ୍ରଛାତ୍ରୀଙ୍କୁ ସଫଳତାର ଦିଗଦର୍ଶନ ଦେଇଥିଲେ । ଜୀବବିଜ୍ଞାନ ବିଭାଗ ଅଧ୍ୟାପିକା ପୂଜାରାଣୀ ରଥ କାର୍ଯ୍ୟକ୍ରମ ସଞ୍ଚାଳନା କରିଥିବା ବେଳେ ଇଂରାଜୀ ଅଧ୍ୟାପକ ବିକ୍ରମ ତାଣ୍ଡି ଧନ୍ୟବାଦ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ଉତ୍ସାହ, ଶୃଙ୍ଖଳା ଓ ସକ୍ରିୟ ଅଂଶଗ୍ରହଣରେ ସମାରୋହଟି ଏକ ସ୍ମରଣୀୟ ଅନୁଭବରେ ପରିଣତ ହୋଇଥିଲା ।

Leave A Reply

Your email address will not be published.