
- ରାସ୍ତାରେ ପଡ଼ିଥିବା ବୃଦ୍ଧାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ କଲେ ଭର୍ତ୍ତି
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ମାନବିକତାର ପରିଚୟ ଦେଇ ଅସହାୟ ବୃଦ୍ଧାଙ୍କୁ ସହାୟତା କରିଛନ୍ତି କଣ୍ଟାବାଞ୍ଜି ଭୋକେସନାଲ କଲେଜର କିଛି ଛାତ୍ର । କଣ୍ଟାବାଞ୍ଜି ଶ୍ମଶାନ ସମ୍ମୁଖ ରାସ୍ତାରେ ଜଣେ ଅଜଣା ବୃଦ୍ଧା ପଡ଼ିଥିବା ଦେଖି ଛାତ୍ରମାନେ ତାଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହି ମାନବିକ କାର୍ଯ୍ୟରେ ଭୋକେସନାଲ କଲେଜର ଛାତ୍ର ଶିବରାଜ ପାଣିଗ୍ରାହୀ, ଆର୍ଯ୍ୟନ ଚୌଧୁରୀ, ଦୁବରାଜ ନାଏକ, ମନୀଷ କଠାର, ତନ୍ମୟ ପୁଟେଲ, ତନ୍ମୟ ସେଠ, ଗୁଣବନ୍ତ ଗହୀର ଓ ରୁଦ୍ର ପ୍ରତାପ ବାଗ ସାମିଲ ଥିଲେ । ବୃଦ୍ଧାଙ୍କ ଏପରି ଅସହାୟ ଅବସ୍ଥା ଦେଖି ଛାତ୍ରମାନେ ସହାୟତା ପାଇଁ ଆଗେଇ ଆସିବା ସହ ତାଙ୍କ ଚିକିତ୍ସା ବ୍ୟବସ୍ଥା କରିଥିଲେ । ଛାତ୍ରମାନଙ୍କ ଏହି ମାନବିକ ପଦକ୍ଷେପ ସାଧାରଣରେ ପ୍ରଶଂସାର ବିଷୟ ପାଲଟିଛି । ଏଭଳି କାର୍ଯ୍ୟ ସମାଜରେ ମାନବିକତା ଓ ପରୋପକାରର ବାର୍ତ୍ତା ଦେଉଛି ।