
- ଏବିଭିପି ସମର୍ଥିତ ପ୍ରାର୍ଥୀଙ୍କୁ ହରାଇଲେ ବିଜେଡି ସମର୍ଥିତ ପ୍ରାର୍ଥୀ, ୧୨୬୫ ଭୋଟରୁ ୭୮୩ ମତଦାନ
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ଭୋକେଶନାଲ କଲେଜରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଶାଲ ବିଭାର ସଭାପତି ଭାବେ ବିଜୟୀ ହୋଇଛନ୍ତି । ସେ ଏବିଭିପି ସମର୍ଥିତ ପ୍ରାର୍ଥୀ ସୁଭାଶିଷ ପାଣିଙ୍କୁ ପରାସ୍ତ କରିଛନ୍ତି । ନିର୍ବାଚନକୁ ନେଇ କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା । କଲେଜର ମୋଟ ୧୨୬୫ ଭୋଟରଙ୍କ ମଧ୍ୟରୁ ୭୮୩ ଜଣ ମତଦାନ କରିଥିଲେ । ମତଦାନ ମାଧ୍ୟମରେ ଛାତ୍ରଛାତ୍ରୀ ନିଜ ନିଜର ପ୍ରତିନିଧି ଚୟନ କରିଥିଲେ । ନିର୍ବାଚନରେ ବିଭିନ୍ନ ପଦବୀ ପାଇଁ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରେ ସଭାପତି ଭାବେ ବିଶାଲ ବିଭାର, ଉପସଭାପତି ଭାବେ ସୌମ୍ୟ ରଞ୍ଜନ ମହାକୁର, ସାଧାରଣ ସମ୍ପାଦକ ଭାବେ ମୋହିତ ସଗରିଆ, କ୍ରୀଡ଼ା ସମ୍ପାଦକ ଭାବେ ରୁଦ୍ର ପ୍ରତାପ ବାଗ ଏବଂ ସାଂସ୍କୃତିକ ସମ୍ପାଦକ ଭାବେ ଶୋଭିତ ମିଶ୍ର ବିଜୟୀ ହୋଇଛନ୍ତି । ଛାତ୍ର ସଂସଦ ନିର୍ବାଚନ ମାଧ୍ୟମରେ ନୂତନ ପ୍ରତିନିଧିମାନେ ଚୟନ ହୋଇଥିବାରୁ କଲେଜରେ ଛାତ୍ର ରାଜନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି ।