jayashree

ମମତା-ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଉପରେ ପ୍ରକଳ୍ପସ୍ତରୀୟ ଅଙ୍ଗନୱାଡ଼ି କର୍ମୀ ଓ କ୍ଷେତ୍ର ପରିଦର୍ଶିକାମାନଙ୍କ ନିମନ୍ତେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ପୂର୍ଣ୍ଣିମା ବୈଠାରୁଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ଭବନ, ମୁରିବାହାଲଠାରେ ମମତା ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଉପରେ ପ୍ରକଳ୍ପ ସ୍ତରୀୟ ଅଙ୍ଗନୱାଡ଼ି କର୍ମୀ ଓ କ୍ଷେତ୍ର ପରିଦର୍ଶିକାମାନଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହିଁ ତାଲିମ କାର୍ଯ୍ୟକ୍ରମରେ ସମସ୍ତ ଅଙ୍ଗନୱାଡ଼ି କର୍ମୀ ଓ ମଣ୍ଡଳ ପରିଦର୍ଶିକା ଉପସ୍ଥିତ ରହିଥିଲେ । ତାଲିମ କାର୍ଯ୍ୟକ୍ରମରେ ମମତା ସହାୟକ ଲୋକନାଥ ନାଏକ ମମତା-ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଉପରେ ପୁଙ୍ଖାନପୁଙ୍ଖ ଭାବରେ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ତାଲିମ ଦେଇଥିଲେ । ଯେପରିକି ମୁରିବାହାଲ ବ୍ଲକ ଅଞ୍ଚଳର ସମସ୍ତ ଗର୍ଭବତୀ ଓ ପ୍ରସୂତି ମହିଳା ଏହି ଯୋଜନାରୁ ସମସ୍ତ ଲାଭ ସଠିକ୍ ସମୟରେ ପାଇପାରିବେ । କାର୍ଯ୍ୟକ୍ରମ ଶେଷରେ ଶ୍ରୀ ନାଏକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.