
ବଲାଙ୍ଗିର, (କେପିଏନ୍ଏସ୍) : ଚାଲିଛି ଭୋଟ, ଦୀର୍ଘ ବର୍ଷ ପରେ ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟରେ ଭୋଟ ଦେଉଛନ୍ତି ଛାତ୍ରୀ । ଯେଉଁଥିପାଇଁ ମାହୋଲ ସରଗରମ ରହିଥିବା ବେଳେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ କଲେଜ ପ୍ରଶାସନ ପକ୍ଷରୁ କୌଣସି ଅପ୍ରୀତିକର ସମସ୍ୟା ସୃଷ୍ଟି ନ ହୁଏ ସେଥିପ୍ରତି ଦୃଷ୍ଟି ଆକର୍ଷଣ କରି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଛାତ୍ରୀ ମାନେ ଲମ୍ବା ଲାଇନରେ ଆସି ନିଜ ନିଜ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି । ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ସକାଳ ୮ ଟାରୁ ଛାତ୍ରୀ ମାନେ କଲେଜ କ୍ୟାମ୍ପସ୍କୁ ଆସି ଭୋଟ ଦେବା ପାଇଁ ଉତ୍ସାହିତ ଅଛନ୍ତି ବୋଲି ଖବର ମିଳିଛି ।