jayashree

୭୦ତମ ରାଜ୍ୟ ସ୍କୁଲ ଗେମ୍‌ ଉଷୁରେ ବଲାଙ୍ଗିରର ଦମଦାର ପ୍ରଦର୍ଶନ : ୫ ସ୍ୱର୍ଣ୍ଣ ସହ ବାଳିକା ଦଳ ହାତେଇଲା ଚମ୍ପିୟାନ ଟ୍ରଫି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତାରେ ବଲାଙ୍ଗିର ଖେଳାଳିଙ୍କ ଚମକ । ବଡ଼ବିଲଠାରେ ଗତ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୭୦ତମ ରାଜ୍ୟ ସ୍କୁଲ ଗେମ୍‌ ଉଷୁ ପ୍ରତିଯୋଗିତାରେ ବଲାଙ୍ଗିର ବାଳିକା ଦଳ ଚମ୍ପିୟାନ ହୋଇଛି । ପ୍ରତିଯୋଗିତାରେ ବଲାଙ୍ଗିର ବାଳିକା ଦଳ ମୋଟ ୫ଟି ସ୍ୱର୍ଣ୍ଣ ଓ ୧ଟି କାଂସ୍ୟ ପଦକ ହାସଲ କରି ଚମ୍ପିୟାନ ଟ୍ରଫି ଅର୍ଜନ କରିଛି । ସ୍ୱର୍ଣ୍ଣ ପଦକ ବିଜେତା ଖେଳାଳିମାନେ ହେଲେ ସୁହାନି ଗୁରହାଣ୍ଡି, ଦୟା ସାଗର, ସନ୍ଧ୍ୟା ନାଗ, ଶୀଳ ପଟ୍ଟନାୟକ ଓ ଅଭିପ୍ସା ହୋତା । ସେହିପରି ହେମାଙ୍ଗିନୀ ଭୋଇ କାଂସ୍ୟ ପଦକ ହାସଲ କରିଛନ୍ତି । ବାଳକ ବିଭାଗରେ ମଧ୍ୟ ବଲାଙ୍ଗିର ଖେଳାଳି ସଫଳତା ପାଇଛନ୍ତି । ୟଶରାଜ ପଧାନ ରୌପ୍ୟ ପଦକ ଏବଂ ରାହୁଲ ସେଠ କାଂସ୍ୟ ପଦକ ହାସଲ କରିଛନ୍ତି । ସଫଳତା ପରେ ବଲାଙ୍ଗିର ଫେରିଥିବା ଖେଳାଳିମାନଙ୍କୁ ରେଳ ଷ୍ଟେସନରେ ସ୍ୱାଗତ କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର ଓ ପିଇଟି ପୁଷ୍ପ ଚନ୍ଦନ ଖେଳାଳିମାନଙ୍କୁ ପୁଷ୍ପମାଲ୍ୟ ଦେଇ ପାଛୋଟି ଆଣିଥିଲେ । ଏହି ସଫଳତା ପାଇଁ ଜିଲ୍ଲା ଉଷୁ ସଂଘ ସଭାପତି ତପନ ପାଣିଗ୍ରାହୀ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ମଧ୍ୟ ଉତ୍ତମ ପ୍ରଦର୍ଶନ ପାଇଁ ଶୁଭକାମନା ଦେଇଛନ୍ତି ।

Leave A Reply

Your email address will not be published.