ଆନ୍ତର୍ଜାତିକ ପୋଷଣ ଦିବସ ପାଳିତ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଚଟୁଅନକା ଗ୍ରାମର ଅଙ୍ଗନବାଡ଼ି ‘ଖ’ କେନ୍ଦ୍ରରେ ଆନ୍ତର୍ଜାତିକ ପୋଷଣ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସମାଜସେବୀ କବିରାଜ ପୁଟେଲ ମୁଖ୍ୟ ଅତିଥି, ପ୍ରକୃତିବନ୍ଧୁ ପ୍ରାଧାନ ଶିକ୍ଷକ ବିରଞ୍ଚି ନାରାୟଣ ଦାଶ ମୁଖ୍ୟ ବକ୍ତା, ଅବସର ପ୍ରାପ୍ତ ଶିକ୍ଷକ ଥମିର ଛତ୍ରିଆ, ଶିକ୍ଷକ କିଶୋର ବରିହା ଓ ଦେବକୀ ତାଣ୍ଡି ଉପସ୍ଥିତ ଥିଲେ । ଉପସ୍ଥିତ ଗର୍ଭବତୀ ମାଁ ମାନଙ୍କୁ ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ବଏ ଦିବସ ପାଳନର ଉଦ୍ଦେଶ୍ୟ ଓ ସ୍ୱ।ଗତ ଜଣେଇ ଥିଲେ । ପ୍ରତିଦିନ ସନ୍ତୁଳିତ ଖାଦ୍ୟ ଖାଇବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ପରିଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା ।

Leave A Reply

Your email address will not be published.