pr

ମୋଦିଙ୍କ ଜନ୍ମଦିନରୁ ବଲାଙ୍ଗିରରେ ‘ସେବା ସଂକଳ୍ପ ଅଭିଯାନ’

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଆରମ୍ଭ ହୋଇଛି ‘ସେବା ସଂକଳ୍ପ ଅଭିଯାନ’ । ୧୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ମାସେ ବ୍ୟାପୀ ଏହି ଅଭିଯାନରେ ବିଭିନ୍ନ ସେବା ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି କ୍ରମରେ ବଲାଙ୍ଗିର ନଗର ବିଜେପି ପକ୍ଷରୁ ଦୁର୍ଗା ମନ୍ଦିରରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳନ କରାଯାଇଥିଲା । ଏହା ସହ ଲୋକନାଥ ମହାଦେବ ମନ୍ଦିରରେ ଦୀପଦାନ ସହ ସଫେଇ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ ଓ ମହିଳା ମୋର୍ଚ୍ଚାର ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ରକ୍ରମରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦିନେଶ ଶର୍ମା, ସମଲେଇ ମଣ୍ଡଳ ସଭାପତି ଲଳିତ ଶର୍ମା, ପାଟଣେଶ୍ୱରୀ ମଣ୍ଡଳ ସଭାପତି ପାର୍ଥ କର୍ଣ୍ଣ, ଚୂଡ଼ାପାଲି ମଣ୍ଡଳ ପ୍ରଭାରୀ ବିଶ୍ୱଜିତ ନାଥ, ସୁବ୍ରତ କୁମାର ସାହୁଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ସେହିପରି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାପତି ରଞ୍ଜିତା ପାଣିଗ୍ରାହୀଙ୍କ ସମେତ ଆରତୀ ଗୁରୁ, ବନଶ୍ରୀ ଆଚାର୍ଯ୍ୟ, ସରିତା ଯୋଶୀ, ରଶ୍ମି ଆଚାର୍ଯ୍ୟ, ରଶ୍ମିରେଖା ଦାନୀ, ସୁଧାରାଣୀ ସ୍ୱାଇଁ, ଗାୟତ୍ରୀ ଦାସ, ସତ୍ୟବତୀ ଗୁରୁ ଓ ଗୁଲାବୀ ସୁନାଙ୍କ ସମେତ ମହିଳା ମୋର୍ଚ୍ଚାର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ । ମୋଦିଙ୍କ ଜନ୍ମଦିନ ଅବସରରେ ଆରମ୍ଭ ହୋଇଥିବା ଏହି ମାସବ୍ୟାପୀ ଅଭିଯାନରେ ଦେଶବ୍ୟାପୀ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ସହ ଜନସମ୍ପର୍କ ଓ ସାମାଜିକ କାର୍ଯ୍ୟକୁ ସାମିଲ କରାଯାଇଛି ।

nrusinghnath
Leave A Reply

Your email address will not be published.