
ପଦ୍ମପୁର, (ନିରୋଜ କୁମାର ପାଣୀ) :ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ପଦମପୁର ଉପଖଣ୍ଡ ପାଇକମାଳ ବ୍ଲକ ସାପଲହର ଗ୍ରାମରେ ମା’ ଶକ୍ତିଶାଳୀ ଯୁବକ ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ ଓ ସାଂସ୍କୃତିକ କାର୍ୟ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଛି।ସଂଘର ସଭାପତି ଶୋଭାସାଗର ମେହେରଙ୍କ ଆହ୍ୱାନକ୍ରମେ ଅପରାହ୍ନ ୩ଟାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ବାଦିକଟା ସରପଞ୍ଚ ସବିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମିତିସଭ୍ୟ ଦୁଷ୍ମନ୍ତ ପ୍ରଧାନଙ୍କ ସମେତ ଭୋଲାନାଥ ମେହେର, ଲାଲବିହାରୀ ବଢେଇ, ସୁଦର୍ଶନ ନେଗୀ, କ୍ଷୀତି ସାହୁ, ସାର୍ଥ ଜାଲ, ବିପିନ ପ୍ରଧାନ, ନାରାୟଣ ପ୍ରଧାନ, ଗ୍ରାମର ଗୌନ୍ତିଆ ତ୍ରିଶଙ୍କର ପ୍ରଧାନ, ଝାଙ୍କରଙ୍କ ସମେତ ବହୁ ଅତିଥି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।କାର୍ୟ୍ୟକ୍ରମ ଆରମ୍ଭରେ ସେନାରୁ ଅବସର ପ୍ରାପ୍ତ କୃଷ୍ଣଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ନୂଆଁଖାଇର ଭାଇଚାରା, ପରସ୍ପର ସ୍ନେହ ଓ ସାମାଜିକ ଏକତାର ବାର୍ତ୍ତାକୁ ଗୁରୁତ୍ୱ ଦିଆଯାଇଥିଲା।ଭେଟଘାଟ କାର୍ୟ୍ୟକ୍ରମରେ ବିଭିନ୍ନ ନୃତ୍ୟ, ଗୀତ ଓ ସାଂସ୍କୃତିକ ପରିବେଷଣ ସହ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଗ୍ରାମର ଯୁବକ, ଯୁବତୀ ଓ ଅନ୍ୟମାନେ ଉତ୍ସାହର ସହ ଭାଗ ନେଇଥିଲେ। ଫଳରେ ସାପଲହର ଗ୍ରାମରେ ନୂଆଁଖାଇର ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।କାର୍ୟ୍ୟକ୍ରମରେ ସଂଘର ସଭାପତି କ୍ଷମାସାଗର ପ୍ରଧାନ, ବ୍ରଜମୋହନ ଜାଲ ଓ କୋଷାଧ୍ୟକ୍ଷ ହିମାଂଶୁ ପ୍ରଧାନ ସକ୍ରିୟ ଭାବେ ସହଯୋଗ କରିଥିଲେ। ଆଶିଷ ସାହୁ ଓ ସଂପାଦକ ହାରାଧନ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ସଂପାଦକ ହାରାଧନ ପ୍ରଧାନ ଧନ୍ୟବାଦ ଅର୍ପଣ କରିବା ପରେ କାର୍ୟ୍ୟକ୍ରମ ସମାପିତ ହୋଇଥିଲା।

