pr

ପଦ୍ମପୁରରେ ଏବିସିଡ଼ିର ରଙ୍ଗାରଙ୍ଗ ନୂଆଁଖାଇ ମହୋତ୍ସବ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ):- ପଦ୍ମପୁର ଏବିସିଡ଼ି ଆନୁକୂଲ୍ୟରେ ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପ୍ରାଙ୍ଗଣରେ ବୋଡାସମ୍ବର ନୂଆଁଖାଇ ମହୋତ୍ସବ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ସହ ଅନୁଷ୍ଠିତ ହୋଇ ଯାଇଛି। ଜାତି, ଧର୍ମ ନିର୍ବିଶେଷରେ ବିଭିନ୍ନ ଅନୁଷ୍ଠାନର ମିଳନ ପେଣ୍ଠସ୍ଥଳୀର ମଞ୍ଚରେ ଏହି ମହୋତ୍ସବର ସଭାପତି ଅନିଲ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ୟ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ ନାଟ୍ୟକାର ଶ୍ରୀଯୁକ୍ତ ଅଶୋକ ବହିଦାର ଓ ନାଟ୍ୟକାର ଶ୍ରୀମାନ କେଶରଞ୍ଜନ ପ୍ରଧାନ। ସାଂସ୍କୃତିକ କାର୍ୟ୍ୟକ୍ରମ କୁ ମନୀଷ ରଥ ପରିଚାଳନା କରିଥିଲେ।

ପାରମ୍ପରିକ ରୀତିରେ ଗାଁ ଝାଙ୍କର ସୁରେଶ ଡୁଡୁକାଙ୍କ ଦ୍ୱାରା ପୂଜାର୍ଚ୍ଚନା ସହ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା। ସଂଗୀତ ଓ ନୃତ୍ୟ ନିର୍ଦ୍ଦେଶକ ସୁରେନ୍ଦ୍ର ସାହୁଙ୍କ ଏକତାନ ସଂଗୀତ ବିଦ୍ୟାଳୟର ପ୍ରାରମ୍ଭିକ ସଂଗୀତ ଓ ଉଚ୍ଚକୋଟୀର ଲୋକସଂସ୍କୃତି ଆଧାରିତ ନୃତ୍ୟ ସମ୍ଭାର ଦର୍ଶକଙ୍କୁ ବାନ୍ଧି ରଖିଥିଲା।ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ରଘୁନାଥ ପୁରୀ କହିଥିଲେ ଯେ, ନୂଆଁଖାଇ ଭେଟଘାଟ ସାମ୍ପ୍ରତିକ ସମାଜରେ ସଂସ୍କୃତିର ଅବକ୍ଷୟକୁ ଉଜ୍ଜୀବିତ ଓ ପୁନରୁଦ୍ଧାର କରିବା ପାଇଁ ଏକ ପ୍ରୟାସ। ଏହି ମଞ୍ଚ ଜାତି ଧର୍ମ ନିର୍ବିଶେଷରେ କ୍ରୀଡା, କୃଷି, ସାହିତ୍ୟ, ସଂସ୍କୃତି ଓ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ସମ୍ମାନ ଜଣାଇବାର ପବିତ୍ର ସ୍ଥାନ।
ମୁଖ୍ୟବକ୍ତା ଭାବେ ଥର୍ମାଲ କଲେଜ (ରେଙ୍ଗାଲି )ଅଧ୍ୟକ୍ଷ ତଥା ଓଡ଼ିଆ ସାହିତ୍ୟ ଏକାଡେମୀର ପରାମର୍ଶଦାତା ମଣ୍ଡଳୀ ସଦସ୍ୟ ଡଃ. ମନୋଜ ପଣ୍ଡା ତାଙ୍କ ଓଜସ୍ୱିନୀ ଭାଷଣରେ ନୂଆଁଖାଇ ପରମ୍ପରାର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ।ସେ ତାଙ୍କ ବକ୍ତବ୍ୟରେ ମୂଳ ପରମ୍ପରାକୁ ଫେରାଇ ବାର ଏହା ଏକ ମହାନ ପ୍ରୟାସ ଯୌଥ ପାରିବାରର ସମ୍ପର୍କ କୁ ଦୃଢ଼ୀଭୂତ କରେ।ଶାଶ୍ୱତ ମିଶ୍ରଙ୍କ ଲୋକସଂଗୀତ ଓ ସଂଗୀତ ସମିତି ପଦ୍ମପୁରର ମ୍ୟୁଜିକ ଡାଇରେକ୍ଟର ରମେଶ ଗୁର୍ଲାଙ୍କ ସଂଯୋଜନା ସମଗ୍ର ପରିବେଶକୁ ମୁଖରିତ କରିଥିଲା। ବ୍ୟଙ୍ଗ କବି ହରିଲାଲ ସାହୁ, ମୁନିଲାଲ କୁମ୍ଭାର ଓ ଅଧିକାରୀ ସା ଙ୍କ ବ୍ୟଙ୍ଗ କବିତା ଉପସ୍ଥିତ ଦର୍ଶକ ଙ୍କ ମନ ମୋହିନେଇ ଥିଲେ।

ସାଂସ୍କୃତିକ କାର୍ୟ୍ୟକ୍ରମରେ ସୁଦୂର ପଶ୍ଚିମବଙ୍ଗର ପୁରୁଲିଆ ଛଉ ନୃତ୍ୟ ନାଟିକା ‘ମହିଷାମର୍ଦିନୀ’, ନୃତ୍ୟଭୂମି କଟକର ଓଡିଶୀ ନୃତ୍ୟ, ମହାରାଷ୍ଟ୍ର ଲୋକନୃତ୍ୟ, ପ୍ରତିଭା ଅନୁଷ୍ଠାନ ଭବାନୀପାଟଣାର କଳାହାଣ୍ଡି ଲୋକନୃତ୍ୟ ଏବଂ ରଙ୍ଗବତୀ ନୃତ୍ୟ ପରିବେଷିତ ହୋଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହି ଅବସରରେ ବିଶିଷ୍ଟ ଚାଷୀ ଡ଼ଙ୍ଗାଛଚା ଗ୍ରାମ ର ଶ୍ରୀ ହର ପ୍ରସାଦ ସାହୁ ସ୍ବର୍ଗତ ଅରବିନ୍ଦ ସାହୁ ସ୍ମାରକୀ ଚାଷୀ ସମ୍ମାନରେ ସମ୍ମାନିତ, ଅନ୍ତର୍ଜାତୀୟ ସ୍ତରରେ ଶ୍ରୀଲଙ୍କାରେ ଓଡିଶା ରୁ ଶର୍ଟ ବଲ ରେ ପ୍ରତିନିଧିତ୍ୱ କରି ସଫଳତା ଅର୍ଜନ କରିଥିବା କୁଡାସିଂହା ର ପରି ମେହେର ଓ ତାଙ୍କ ଭାଇ ରାଜ ମେହେର ଙ୍କୁ ସମ୍ମାନିତ ,ମିନି ମାରାଥନ ରେ ପ୍ରଥମ ଦ୍ଵିତୀୟ ତୃତୀୟ ସ୍ଥାନ ଅଧିକାର କରିଥିବା ସୁବର୍ଣ୍ଣପୁର ଜିଲ୍ଲା ଓ ବରଗଡ ଜିଲ୍ଲା ଦେଉଳି ର ପ୍ରତିଯୋଗୀ ଓ ଚେସ ରେ ଛତିଶଗଡ଼,ପାଟଣାଗଡ ଓ ପଦ୍ମପୁର ର ଖେଳାଳି ପ୍ରଥମରୁ ଷଷ୍ଠ ସ୍ଥାନ ସ୍ଥାନ ଅଧିକାର କରିଥିବା ଓପନ ଓ ଜୁନିଅର ବିଭାଗ ର ଖେଳାଳୀ ଓ ମହିଳା ବର୍ଗ ର ଅନୁଚିନ୍ତା ସୁଆର ଓ ଶୃଷ୍ଟିରେଖା ଷଡ଼ଙ୍ଗୀ ଙ୍କୁ ତଥା ରଙ୍ଗୋଲି, ଝୋଟି ଓ ଚିତ୍ରାଙ୍କନ ପ୍ରତିଯୋଗିତା ର ବିଜେତା ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ବରଗଡ଼ ଜିଲ୍ଲା ଉନ୍ନୟନ ପରିଷଦର ଚେୟାରମ୍ୟାନ ଶ୍ରୀ ଗୋବର୍ଦ୍ଧନ ଭୁଏ ଓ ବରିଷ୍ଠ ଓକିଲ ଶ୍ରୀ ଗୌନ୍ତିଆ ସାହୁଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ସମଗ୍ର କାର୍ୟ୍ୟକ୍ରମକୁ ସୁମନ୍ତ ସାହୁ, ଆଇନଜୀବୀ ତଥା ଅନୁଷ୍ଠାନର ପୂର୍ବତନ ସମ୍ପାଦକ ଲିଙ୍ଗରାଜ ସାହୁ, କୋଷାଧ୍ୟକ୍ଷ ସୁରେଶ ମିଶ୍ର, ଶାନ୍ତ ସଂଗ୍ରାମ ଭୋଇ, ଅଂଶୁମାନ ମେହେର, ଅମୀୟ ପୁରୋହିତ, ସୁନୀଲ ଭୋଇ,ରବୀନ୍ଦ୍ର ମୋହନ ଦାସ, ତୁଷାର କାନ୍ତ ପ୍ରଧାନ,ସରୋଜ ଯୋଶୀ, ଇନ୍ଦ୍ରମଣି ପୁରୋହିତ ସରୋଜ ଦାନୀ, ସହଦେବ ମେହେର, ଟୁନା ବାରିକ, ତ୍ରିବିକ୍ରମ ପଧାନ ପ୍ରମୁଖ ସୁପରିଚାଳନା କରିଥିଲେ। ପରିଶେଷରେ ସହ-ସମ୍ପାଦକ ପ୍ରତାପ ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.