jayashree

ରାୟପୁର ରେଳଷ୍ଟେସନରୁ ଦୁଇ ନାବାଳକ ଉଦ୍ଧାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅଧୀନ ବରତୁଣ୍ଡା ପଞ୍ଚାୟତ ପୁରେନା ଗ୍ରାମରୁ ନିଖୋଜ ହୋଇଥିବା ଦୁଇ ନାବାଳକଙ୍କୁ ରାୟପୁର ରେଳଷ୍ଟେସନରୁ ପୁଲିସ ଉଦ୍ଧାର କରିଛି । ସୂଚନା ଅନୁଯାୟୀ, ପୁରେନା ଗ୍ରାମର ପ୍ରକାଶ ରାଉତ ବୁଧବାର ରାତି ପ୍ରାୟ ୧୨ଟା ସମୟରେ ପାଇକମାଲ ଥାନାରେ ପହଞ୍ଚି ଦୁଇ ନାବାଳକ ସନ୍ଧ୍ୟା ପ୍ରାୟ ୪ଟାରୁ ଗ୍ରାମରୁ ନିଖୋଜ ଥିବା ନେଇ ମୌଖିକ ଭାବେ ଜଣାଇଥିଲେ । ଖବର ପାଇ ପୁଲିସ ତୁରନ୍ତ ତତ୍ପରତା ପ୍ରକାଶ କରିଥିଲା । ପାଇକମାଲ ଥାନା ଓଆଇସି କୈଳାସ ଚନ୍ଦ୍ର ପ୍ରଧାନ ଏବଂ ଏଏସ୍‌ଆଇ ମାନଭଞ୍ଜନ ପ୍ରଧାନଙ୍କ ସହ ପୁଲିସ ଟିମ୍‌ ପୁରେନା ଗ୍ରାମକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । ବିଶ୍ୱସନୀୟ ସୂଚନା ଆଧାରରେ ମୋବାଇଲ ଫୋନ ଟ୍ରାକ କରି ପୁଲିସ ରାୟପୁର ରେଳଷ୍ଟେସନରେ ପହଞ୍ଚି ଦୁଇ ନାବାଳକଙ୍କୁ ଠାବ କରି ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା । ପୁଲିସର ତ୍ୱରିତ ପଦକ୍ଷେପ ଯୋଗୁଁ ଦୁଇ ନାବାଳକ ସୁରକ୍ଷିତ ଉଦ୍ଧାର ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.