jayashree

ମାଣ୍ଡୋସିଲ ହସ୍ପିଟାଲର ନୂତନ ଗୃହ ଭୂମିପୂଜନ ଓ ଧାରୋଲ ଗୋଟାରୀ ମାର୍କେଟ ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତର ଧାରୋଲ ଗ୍ରାମ ଠାରେ ଗୋଟାରୀ ମାର୍କେଟ ଉଦ୍‌ଘାଟନ ଓ ମାଣ୍ଡୋସିଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପ୍ରଦୀପ ପୁରୋହିତ ସାଂସଦ ବରଗଡ, ସମ୍ମାନିତ ଅତିଥି ପଦ୍ମପୁର ଆର୍‌ଏମ୍‌ସି ସମ୍ପାଦକ ରବିନାରାୟଣ ପଣ୍ଡା, ମାଣ୍ଡୋସିଲ ସରପଞ୍ଚ ଓମ୍‌ ପ୍ରକାଶ ନାୟକ, ଜିଲ୍ଲା ପରିଷଦ ଶ୍ରୀମତୀ ତ୍ରିପୁରା ବରିହା, ବୁକୁରାମୁଣ୍ଡା ଡ. ଶୁଭ୍ର ପ୍ରକାଶ ସେନାପତି, ବିପିଏମ୍‌ ୱାସିମ୍‌ ରାଜା, ବ୍ଲକ ଆକାଉଣ୍ଟ ମ୍ୟାନେଜର ସୁବ୍ରତ ବିଶ୍ୱାଳ ମାଣ୍ଡୋସିଲ ହସ୍ପିଟାଲର ବରିଷ୍ଠ ଫାର୍ମାସି ଅଫିସର ପ୍ରାଣ କୃଷ୍ଣ ଭଦ୍ର, ଆୟୁଷ ମେଡିକାଲ ଅଫିସର ଅନିତା ମିଶ୍ର, ଟେମରୀ ସରପଞ୍ଚ ଦିଲ୍ଲୀପ ବେହେରା, ଭେଙ୍ଗରାଜପୁର ସରପଞ୍ଚ ସୁଦାମ ଚରଣ ସେଠୀ ଧାରୋଲ ଗ୍ରାମର ଗୌନ୍ତିଆ ବାସୁଦେବ ବରିହା, ଧାରୋଲ ମାର୍କେଟ ଇନଚାର୍ଜ ଶରତ ହଂସ, ମନୋଜ ବାରିକ, ଶେଖ ମେହେଫୁଜ ଆଲାମ, ମାଣ୍ଡୋସିଲ ମଣ୍ଡଳ ସଭାପତି ଜତିନ ସାହୁ, କୈଳାସ ଦିଶ୍ରୀ, ସୌମ୍ୟଜିତ ମହାନ୍ତି, ରୂପଧର ପାଣ୍ଡେ ମଞ୍ଚାସୀନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶହ ଶହ ଲୋକ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ ଡ. ଲଳିତ ଜଗତ ଏବଂ ଓମ୍‌ ପ୍ରକାଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.