
ଲୋଇସିଂହା, (ବିମଳେନ୍ଦୁ ସାହୁ) : ବରପାଲି ନିକଟ କାଇଁସିର ଗ୍ରାମର ଗଙ୍ଗାଧର ମେହେର ସାହିତ୍ୟ ପରିଷଦ ଆନୁକୂଲ୍ୟରେ ସ୍ଵଭାବ କବି ଗଙ୍ଗାଧର ମେହେର ସ୍ଵନକ୍ଷତ୍ର-୨୦୨୬ ପାଳିତ ହୋଇଯାଇଛି । ପ୍ରଥମେ କବିତା ପାଠ ପରେ କବି ବନବାସ ମେହେର ଗଙ୍ଗାଧର ସାହିତ୍ୟ ଉପରେ ଭାବଗର୍ଭକ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ନିରଞ୍ଜନ ପଣ୍ଡା ଲୋଇସିଂହାର ଆଇନଜୀବୀ ତଥା କବି ଗୌରୀଶଙ୍କର ସାହୁଙ୍କୁ “ତପସ୍ଵିନୀ କାବ୍ୟ ସମ୍ମାନ”ରେ ସମ୍ମାନିତ କରିଥିଲେ । ସମ୍ପାଦକ ସତ୍ୟ ପାତ୍ର, ସଭାପତି ସିତାରାମ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।