jayashree

ରୋତ କଲେଜରେ ମାନସିକ ଚାପ ପରିଚାଳନା କାର୍ଯ୍ୟକ୍ରମ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀ ନିକେତନ, ରୋତରେ ଆଜି ମାନସିକ ଚାପ ପରିଚାଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅନ୍ତର୍ଯ୍ୟାମି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରର ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟା ପ୍ରତିକ୍ଷା ଧରୁଆ, ସାମାଜିକ କର୍ମୀ ମଳୟ କୁମାର ନାଗ, କମ୍ୟୁନିଟି ସୁପରଭାଇଜର ସୁବୋଧ ବିଶ୍ୱାଳ ଓ ସବ୍ୟସାଚୀ ସିଂ ଯୋଗଦେଇ ମାନସିକ ଚାପ ଓ ତାର ପରିଚାଳନା ସଂପର୍କରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପକ ଆର୍ୟ୍ୟୈନ୍ଦୁ କୁମାର ମେହେର ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଡକ୍ଟର ଲିଙ୍ଗରାଜ ମେହେର କୃତଜ୍ଞତା ଜ୍ଞାପନ କରିଥିଲେ । ଅଧ୍ୟାପକ ଦୈତାରି ଶବର ଓ ନୀଳାମ୍ବର ବାରିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ଉପସ୍ଥିତ ରହି ମାନସିକ ଚାପ ଓ ତାର ନିରାକରଣର ଉପାୟ ସଂପର୍କରେ ଜ୍ଞାନ ଆହରଣ କରିଥିଲେ ।

Leave A Reply

Your email address will not be published.