jayashree

ଉମା ଶଙ୍କର କରଙ୍କ ୨ଟି ପୁସ୍ତକ ଲୋକାର୍ପିତ

ଭବାନୀପାଟଣା, (କେପିଏନ୍‌ଏସ୍‌) : ଉମା ଶଙ୍କର କରଙ୍କ ଦୁଇଟି ଇଂରାଜୀ ପୁସ୍ତକ Legacy of Kalahandi ଓ Tales from Tel Valley ଲୋକାର୍ପିତ ହୋଇଛି । ସମାଜସେବୀ ଅଶୋକ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମା’ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗ ମୁଖ୍ୟ ଡ଼. ଜୟଦେବ ସାହୁ, ଇତିହାସ ବିଭାଗ ମୁଖ୍ୟ ଡ଼. ନଳିନୀ କାନ୍ତ ରଣା, ପ୍ରଗତି ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଅଜୟ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରାଗ ଐତିହାସିକ ଯୁଗରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ କଳାହାଣ୍ଡିର ଇତିହାସ ଉପରେ Legacy of Kalahandi ପୁସ୍ତକ ରଚିତ ହୋଇଥିବା ବେଳେ ତେଲ ନଦୀ ଉପତ୍ୟକା ଅଞ୍ଚଳର ମୌଖିକ କାହାଣୀ କିମ୍ବଦନ୍ତୀ ଉପରେ Tales from Tel Valley ରଚିତ ହୋଇଛି ବୋଲି ଶ୍ରୀ କର ପ୍ରକାଶ କରିଥିଲେ । ଏହା ପୂର୍ବରୁ ତାଙ୍କର ୧୮ଟି ପୁସ୍ତକ ପ୍ରକାଶିତ ହୋଇସାରିଛି । ଏହି ଦୁଇଟି ପୁସ୍ତକ କଳାହାଣ୍ଡିର ପ୍ରାଚୀନ ଗୌରବମୟ ଇତିହାସ ସମ୍ପର୍କରେ ବୁଝିବାରେ ବିଶେଷ ସହାୟକ ହେବ ଓ କଳାହାଣ୍ଡିର ବାସ୍ତବ ଚିତ୍ରକୁ ଜାତୀୟ ସ୍ତରରେ ଉପସ୍ଥାପିତ କରିବା ପାଇଁ ସହାୟକ ହେବ ବୋଲି କହିଥିଲେ । ବରିଷ୍ଠ ସାମ୍ବାଦିକ ତଥା ସଂସ୍କୃତି ଗବେଷକ ସତ୍ୟ ନାରାୟଣ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଗାଳ୍ପିକା ଦେବହୂତି କର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.