jayashree

ତୁରେକେଲା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରେ ପବିତ୍ର ଗୁରୁ ଦିବସ ଧୁମଧାମରେ ପାଳିତ ହୋଇଯାଇଛି । ହିଆଲ ଆଞ୍ଚଳିକ ସାଧନକେନ୍ଦ୍ର ଅଧୀନରେ ଥିବା ଷୋହଳଗୋଟି ବିଦ୍ୟାଳୟରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୁରୁ ଦିବସ ପାଳିତ ହୋଇଯାଇଛି । ଚଟୁଅନକା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁର୍ଲି ପ୍ରାଥମିକ ବିଦ୍ୟାଳୟରେ ଶ୍ରୀ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମମତା ଯୋଷୀ, ମମତା ପୁରୋହିତ, ସୁମିତ୍ରା ସାହୁ, ସୌମ୍ୟ ରଞ୍ଜନ ସାହୁଙ୍କ ଉପସ୍ଥିତିରେ ଡ.ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ଧୂପଦୀପ ଓ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ଶିକ୍ଷା ହେଉଛି ଗୋଟିଏ ମାଧ୍ୟମ ଯାହା ଶିଶୁକୁ ଜାଣିବାରେ ସାହାଯ୍ୟ କରିଥାଏ ବୋଲି ଅତିଥି କହିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ଚକୋଲେଟ ଦିଆଯାଇଥିଲା । ସେହିପରି ମାନ୍ଦଲା ଅନ୍ତର୍ଗତ ସମରସିଂ ପ୍ରାଥମିକ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜକିଶୋର ସେଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ଶିକ୍ଷକ ହିମାଂଶୁ ଶେଖର ମାଝୀ ମୁଖ୍ୟ ଅତିଥି, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଧନସିଂ ମାଝୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କୁ ପୁଷ୍ପ, ଧୂପଦୀପ ପ୍ରଦାନ କରାଯାଇଥିଲା । ତାପରେ ଛାତ୍ରଛାତ୍ରୀ ଗୁରୁ ପୂଜନ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ହିମାଂଶୁ ମାଝୀଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ରୋହିତାଶ୍ୱ ନାଗ, ପୂଜା ସିପକା, ଛାତ୍ରଛାତ୍ରୀ ଓ ପରିଚାଳନା କମିଟିର ସଭ୍ୟସଭ୍ୟା ସହଯୋଗ କରିଥିଲେ ।

Leave A Reply

Your email address will not be published.