ଓଲଟିଲା ଗୋରୁ ବୋଝେଇ ଟ୍ରକ : ୧୫ରୁ ଅଧିକ ଗୋରୁଙ୍କ ମୃତ୍ୟୁ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଏନଏଚ୍-୬୦ର ବସ୍ତା ବାଇପାସ୍ ନିକଟରେ ଓଲଟିଲା ଗୋରୁ ବୋଝେଇ ଗାଡି । ଭଦ୍ରକ ପଟୁ ୧୦୦ରୁ ଊର୍ଦ୍ଧ୍ୱ ଗୋରୁ ବୋଝେଇ କରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଗୋରୁ ବୋଝେଇ ଟ୍ରକ ବୋଲେରୋକୁ ଧକ୍କା ଦେଇ ଓଲଟିପଡିଲା । ଫଳରେ ଘଟଣାସ୍ଥଳରେ ୧୫ ଗୋରୁ ମୃତ । ଓଲଟି ପଡ଼ିଥିବା ଗୋରୁ ଗାଡ଼ି ଭିତରେ ୨ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.