jayashree

ନେପାଳ ବନ୍ୟା ତ୍ରାସଦୀକୁ ନେଇ ରାଉରକେଲାରେ ଶାନ୍ତିପାଠ : ଦିବଙ୍ଗତଙ୍କ ଆତ୍ମାର ଶାନ୍ତି ପାଇଁ ଦୀପ ପ୍ରଜ୍ୱଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ନେପାଳରେ ଆସିଥିବା ଭୟଙ୍କର ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ଲୋକଙ୍କ ପ୍ରତି ସମ୍ବେଦନା ଜଣାଇ ରାଉରକେଲା ସ୍ମାର୍ଟ ସିଟିର ଉଦିତ ନଗର ସ୍ଥିତ ଆମ୍ବେଦକର ଛକରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଶିବ ସେନା ପାର୍ଟିର ଜିଲ୍ଲା ଅଧ୍ୟକ୍ଷା ଶ୍ରୀମତୀ ପ୍ରୀତମ କୌରଙ୍କ ନେତୃତ୍ୱରେ ସନ୍ଧ୍ୟା ପ୍ରାୟ ୬.୩୦ଟାରେ ପାର୍ଟିର କର୍ମୀ ଓ ପଦାଧିକାରୀମାନେ ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମା ସମ୍ମୁଖରେ ଏକତ୍ରିତ ହୋଇଥିଲେ । ଏହି ସମୟରେ ନେପାଳ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ଲୋକଙ୍କ ପାଇଁ ପ୍ରାର୍ଥନା କରାଯାଇଥିଲା ଏବଂ ପ୍ରାଣ ହରାଇଥିବା ଲୋକଙ୍କ ଆତ୍ମାର ଶାନ୍ତି ପାଇଁ ଦୀପ ପ୍ରଜ୍ୱଳନ କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଉପସ୍ଥିତ ସମସ୍ତେ ବିପର୍ଯ୍ୟୟରେ ପ୍ରଭାବିତ ପରିବାର ପ୍ରତି ସମ୍ବେଦନା ପ୍ରକାଶ କରି ଈଶ୍ୱରଙ୍କ ନିକଟରେ ଦିବଙ୍ଗତ ଆତ୍ମାର ଶାନ୍ତି ଓ ପ୍ରଭାବିତ ଲୋକଙ୍କୁ ଏହି କଠିନ ପରିସ୍ଥିତିରୁ ଉବରିବାକୁ ଶକ୍ତି ପ୍ରଦାନ ପାଇଁ ପ୍ରାର୍ଥନା କରିଥିଲେ । ଏହି ଅବସରରେ ରାଜ୍ୟ ମହିଳା ମୋର୍ଚା ସଚିବ ପ୍ରଭାସିନୀ ଡୁଙ୍ଗରୀ, ଜିଲ୍ଲା ପ୍ରଭାରୀ ତୀର୍ଥେଶ୍ୱର ଡୁଙ୍ଗରୀ, ଜିଲ୍ଲା ଅଧ୍ୟକ୍ଷା ଶ୍ରୀମତୀ ପ୍ରୀତମ କୌର, କାର୍ଯ୍ୟକାରିଣୀ ଅଧ୍ୟକ୍ଷ ଚିନ୍ମୟ ଭୂଷଣ ପତି, ଜିଲ୍ଲା କୃଷି ମୋର୍ଚ୍ଚା ସଭାପତି ଅରୁଣ ତାତୀ, ଜିଲ୍ଲା ସମ୍ପାଦକ ସନୋଜ ଶର୍ମା ଓ ଲଳିତା ଶର୍ମାଙ୍କ ସମେତ ଶିବ ସେନା ପାର୍ଟିର କର୍ମୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଓ ଶ୍ରଦ୍ଧାପୂର୍ଣ୍ଣ ପରିବେଶରେ ସମାପ୍ତ ହୋଇଥିଲା ।

Leave A Reply

Your email address will not be published.