
ସଦରବ୍ଲକ, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚୁଡାପାଲି ଠାରେ ଗୁରୁଦିବସ ଉତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉପେନ୍ଦ୍ର ରାଣା ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରିଚାଳନା ସମିତିର ସଭାପତି କ୍ଷୀରୋଦ୍ର ସାହୁ, ସହ ସମ୍ପାଦକ ସନ୍ତୋଷ କୁମାର ସାହୁ, କୋଷାଧ୍ୟକ୍ଷ ବୈଶମ୍ପାୟନ ଥନାପତି ଉପସ୍ଥିତ ରହିଥିଲେ । ପ୍ରଧାନ ଆଚାର୍ଯ୍ୟ ଶମ୍ଭୁ ପ୍ରସାଦ ମହାକୁର ଅତିଥି ଅଧିକାରୀ ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ତଥା ପରିଚାଳନା ସମିତିର ସଦସ୍ୟମାନେ ଗୁରୁଦିବସର ମହତ୍ୱ ବିଷୟରେ ଶିଶୁ ଭାଇ ଭଉଣୀମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଶିଶୁ ଭାଇଭଉଣୀମାନେ ଗୁରୁଜୀ ଗୁରୁମାମାନଙ୍କୁ ଫୁଲ ଚନ୍ଦନ ଦେଇ ପୂଜା କରିଥିଲେ । ଶିଶୁ ମନ୍ଦିର ବରିଷ୍ଠ ଆଚାର୍ଯ୍ୟ ଜୟଦେବ ପଟେଲ ମଧ୍ୟ ତାଙ୍କର ବୈଦ୍ଧିକ ପ୍ରଦାନ କରିଥିଲେ । ଶେଷରେ ଗୁରୁଜୀ ପବିତ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ, ଗୁରୁମା, ସେବିକାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।