jayashree

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦନଭାଟିରେ ପବିତ୍ର “ଗୁରୁ ଦିବସ” ପାଳନ

ସଦରବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦନଭାଟିରେ ପବିତ୍ର “ଗୁରୁ ଦିବସ” କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ସ୍ଥାନୀୟ ଚନ୍ଦନଭାଟି ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟା ଶ୍ରୀମତୀ ଅନୁପମା ମେହେର ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ଉପ-ସଭାପତି ପ୍ରଭୁଦତ୍ତ ପ୍ରଧାନ ଉପସ୍ଥିତ ରହି ଗୁରୁ ଦିବସ ତଥା ଜୀବନରେ ଗୁରୁଙ୍କ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ପ୍ରଭୁଦତ୍ତ ବିଶି ଅତିଥି ପରିଚୟ ତଥା ଉତ୍ସବର ଉଦ୍ଦେଶ୍ୟ କଥନ କରିଥିଲେ । ବିଦ୍ୟାଳୟର ଆଚାର୍ଯ୍ୟ ଟିକେଶ୍ୱର ମିଶ୍ର ନିଜ ବକ୍ତବ୍ୟରେ ଶିଶୁଙ୍କୁ ପଦପଦବୀ ଲୋଭ ନରଖି ଜୀବନରେ ଭଲ ମଣିଷ ହେବା କଥା ଉପସ୍ଥାପନା କରିଥିଲେ । ଆଚାର୍ଯ୍ୟ ଶତୃଘ୍ନ ସିଂହ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନୀ ତଥା ପୌରାଣିକ କାଳରୁ ଗୁରୁଙ୍କ ଶିଷ୍ୟ ପ୍ରତି ଥିବା କର୍ତ୍ତବ୍ୟ ବିଷୟରେ ନିଜ ବକ୍ତବ୍ୟରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଶିଶୁ ଭାଇ ଭଉଣୀ ଗୁରୁ ଦିବସ ବିଷୟରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଆଚାର୍ଯ୍ୟା ରଶ୍ମିତାମୟୀ ଦାଶ ମଞ୍ଚ ପରିଚାଳନା କାର୍ଯ୍ୟକ୍ରମକୁ ଆଗେଇ ନେଇଥିବା ବେଳେ ଆଚାର୍ଯ୍ୟ ପ୍ରଦୀପ କୁମାର ସା ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବରେ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟାଙ୍କୁ ଉପଢୌକନ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଶିଶୁ ଭାଇ ଭଉଣୀ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟଙ୍କୁ ପୁଷ୍ପାର୍ଚ୍ଚନା ପୂର୍ବକ ଗୁରୁପୂଜନ କାର୍ଯ୍ୟକ୍ରମ କରିଥିଲେ । ଆଚାର୍ଯ୍ୟ ଦିଲୀପ କୁମାର ଥନାପତି, ଧନଞ୍ଜୟ ମହାକୁର, ଘନ ମେହେର, ଦେବାଶିଷ ସିଂହ, ଶ୍ରୀରାମ ଥପା, ଆଶିଷ ବିଶ୍ୱାଲ, ଭାନୁମତୀ ଉଦୁରକୁଲିଆ, ତୁଳସୀ ବଢେଇ, ମମତା ମଲ୍ଲିକ, ସରିତା ପାଣିଗ୍ରାହୀ, ଅପର୍ଣ୍ଣା ମେହେର, ଶେଷକାନ୍ତି ମଲ୍ଲିକ, ପ୍ରମୋଦିନୀ ଆଚାର୍ଯ୍ୟ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପନ ହୋଇଥିଲା ।

Leave A Reply

Your email address will not be published.