
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଓଡିଶା ସାହିତ୍ୟ ଏକାଡେମୀ, ବିଶ୍ଵମୁକ୍ତି ଏବଂ ଡେଲାଙ୍ଗ ବିକାଶ ପରିଷଦ ମିଳିତ ଆନୁକୂଲ୍ୟରେ ଶୁକ୍ରବାର ପବିତ୍ର ଜନ୍ମାଷ୍ଟମୀ ତିଥିରେ ପ୍ରଫେସର ଡ଼. ଭବାନୀ ଚରଣ ରାୟଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ କେପିପି ଉଚ୍ଚ ବିଦ୍ୟାଳୟ, ମୁନିନ୍ଦା ହେରିଟେଜ ହଲରେ ଅନୁଷ୍ଠିତ ହୋଇଯାଇଛି । ପ୍ରବୀଣ ଐତିହାସିକ, ପ୍ରଫେସର ଭବାନୀ ଚରଣ ରାୟଙ୍କ ଜନ୍ମ ପୁରୀ ଜିଲ୍ଲା ଡେଲାଙ୍ଗ ନିକଟସ୍ଥ ଜଗଦଳପୁର ଗ୍ରାମରେ ୧୯୨୧ ମସିହା ଜନ୍ମାଷ୍ଟମୀ ତିଥିରେ ହୋଇଥିଲା । ତାଙ୍କର ଜୀବନୀ, ଆଦର୍ଶ, ଗବେଷଣା, ପୁସ୍ତକ ସମ୍ବନ୍ଧରେ ଏକ ଦିବସୀୟ ଆଲୋଚନା ଚକ୍ର ଇତିହାସ ଓ ଅସ୍ମିତା ଶୀର୍ଷକ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଫେସର ରାୟଙ୍କ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଡ଼ଃ ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଶିଷ୍ଟ କବି, ଓଡିଶା ସାହିତ୍ୟ ଏକାଡେମୀର ସହ ସଚିବ ସଞ୍ଜୟ କୁମାର ଛୁଆଳସିଂହ ଓ ବିଶିଷ୍ଟ ଅତିଥି ପ୍ରଫେସର ଶଶାଙ୍କ ଚୁଡ଼ାମଣି ସମ୍ପାଦକ ବିଶ୍ୱୋମୁକ୍ତି , ସମ୍ମାନନୀୟ ଅତିଥି ଭାବେ ଡ଼ଃ ସୁବାସ ଚନ୍ଦ୍ର ବାରିକ, ଇତିହାସ ଗବେଷକ, ମୁଖ୍ୟବକ୍ତା ଭାବେ ଡ଼ଃ କୈଳାସ ଚନ୍ଦ୍ର ଦାସ, ବିଶିଷ୍ଟ ଇତିହାସବିତ୍, ସଭା ମୁଖ୍ୟ ପ୍ରମୋଦ କିଶୋର ପ୍ରଧାନ, ସଭାପତି ଡେଲାଙ୍ଗ ବିକାଶ ପରିଷଦ, ପ୍ରଧାନଶିକ୍ଷକ ହୃଷିକେଶ ବଳିୟାରସିଂହ ପ୍ରମୁଖ ଯୋଗଦେଇ ଡ଼ଃ ବି ସି ରାୟଙ୍କ ଓଡ଼ିଆ ଭାଷା ସାହିତ୍ୟ ପାଇଁ ବଳିଷ୍ଠ ଅବଦାନ ଓ ଓଡ଼ିଆ ଇତିହାସରେ ଛାଡ଼ିଯାଇଥିବା ମାର୍ଗ ଦର୍ଶନ ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ପିପିଲି, କଣାସ, ଗାଦିବ୍ରହ୍ମ ଡେଲାଙ୍ଗ ଓ କଲ୍ୟାଣପୁର ମହାବିଦ୍ୟାଳୟରୁ ଯୋଗଦେଇଥିବା କୃତି ଇତିହାସ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶ୍ଵୋମୁକ୍ତି ଦ୍ୱାରା ହିନ୍ଦୀ ପତ୍ରିକାକୁ ଲୋକାର୍ପିତ କରିଥିଲେ ମଞ୍ଚାସୀନ ଅତିଥି । ପରେ ପରେ ରାଜ୍ୟରୁ ଯୋଗଦେଇଥିବା ୫୦ରୁ ଉର୍ଦ୍ଧ୍ୱ ବିଶିଷ୍ଟ କବି ମାନଙ୍କ ଦ୍ୱାରା କବିତା ପାଠ ଉତ୍ସବ ହୋଇଥିଲା । କବିତା ଆସରକୁ ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ସଭାମୁଖ୍ୟା ଭାବେ ଉଦଘାଟନ କରିଥିଲେ । ବିଶିଷ୍ଟ ଶିଶୁ ସାହିତ୍ୟିକ ଡ଼. ହେମନ୍ତ କୁମାର ଛୋଟରାୟ ଆଜିର ଦିବସ ଓ ପ୍ରଫେସର ବି ସି ରାୟଙ୍କ ସ୍ମୃତି ଚାରଣ କରିଥିଲେ । କବି ଅଜୟ କୁମାର ବଳିୟାରସିଂହ ଓ କବୟିତ୍ରୀ ସରୋଜିନୀ ଜେନା କବିତା ସଂଯୋଜନା କରିଥିଲେ । ସ୍ରମସ୍ତ କବି ଓ କବୟିତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ଓ ପ୍ରୋତ୍ସାହନ ରାଶି ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଦାନ କରାଯାଇଥିଲା । ଶେଷରେ