jayashree

ଜିଲ୍ଲା ସିନିୟର ନକ୍‌ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସ : ୮ଟି ପଡ଼ିଆରେ ରୋମାଞ୍ଚକର ଫୁଟବଲ ମୁକାବିଲା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଚାଲିଥିବା ଫୁଟବଲ ପ୍ରତିଯୋଗିତାରେ ଜିଲ୍ଲାର ୮ଟି ପଡ଼ିଆରେ ରୋମାଞ୍ଚକର ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ପଡ଼ିଆରେ ଖେଳାଳିଙ୍କ ମଧ୍ୟରେ ଜୋରଦାର ମୁକାବିଲା ଦେଖିବାକୁ ମିଳିଥିଲା । ଚୁଡ଼ାପାଲି ହାଇସ୍କୁଲ ପଡ଼ିଆରେ ଭାଲୁପିଟା ୧-୦ ଗୋଲରେ ଗର୍ଜନକୁ ପରାସ୍ତ କରି ବିଜୟୀ ହୋଇଥିଲା । ଏହି ମ୍ୟାଚ୍‌ରେ ସାମ୍ବାଦିକ ଅଶ୍ୱିନୀ କୁମାର ନାଏକ, ପୂର୍ବତନ ଖେଳାଳି ବିଜୟ କୁମାର ନାହାକ, ନରେଶ କୁମାର ଅଗ୍ରୱାଲ ଓ ଫୁଟବଲ ସମ୍ପାଦକ ଶରତ କୁମାର ନନ୍ଦ ଅତିଥି ଭାବେ ଯୋଗ ଦେଇଥିଲେ । ଟିଟିଲାଗଡ଼ ସିଟି ସ୍କୁଲ ପଡ଼ିଆରେ ଏକତରଫା ମୁକାବିଲାରେ ରାଇଜିଂ ଷ୍ଟାର ୬-୧ ଗୋଲରେ ଜଗୁଆକୁ ହରାଇଥିଲା । ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ ଏବଂ ସମ୍ମାନିତ ଅତିଥି ଭାବେ ଲାୟନ୍ସ କ୍ଲବ ସଭାପତି ମନୀଷ ଗୁପ୍ତା ଓ ପୂର୍ବତନ ଏନ୍‌ଏସି ଚେୟାରମ୍ୟାନ ସନ୍ତୋଷ ପ୍ରଧାନୀ ଉପସ୍ଥିତ ଥିଲେ । ଖୁଜେନପାଲି ପଡ଼ିଆରେ ସ୍ପୋର୍ଟସ୍‌ ହଷ୍ଟେଲ ୨-୦ ଗୋଲରେ କୁରୁଲକୁ ପରାସ୍ତ କରିଥିଲା । ଏଠାରେ ରାଜେନ୍ଦ୍ର କଲେଜ ଯୁକ୍ତ ଦୁଇ ଅଧ୍ୟକ୍ଷ ଆଲୋକ କୁମାର ମଙ୍ଗରାଜ, କ୍ରୀଡା ସଂସଦର ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ୱର ମିଶ୍ର ଓ ଜିଏସ୍‌ଟି ଅଫିସର ଜିତେନ୍ଦ୍ର ବାଗ ଅତିଥି ଭାବେ ଯୋଗ ଦେଇଥିଲେ । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲିଠାରେ କ୍ରୀଡା ସଂସଦ କାର୍ଯ୍ୟକାରୀ ସଭାପତି ଡା. ଶ୍ରୀକର ମିଶ୍ରଙ୍କ ତତ୍ତ୍ୱାବଧାନରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଠାରେ ସାଇଟ୍ ସଦାଇପାଲି ସଡନ୍ ଡେଥ୍‌ରେ ଏନ୍‌ଏସ୍‌ ସ୍ପୋର୍ଟିଂକୁ ପରାସ୍ତ କରି ବିଜୟୀ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ସରିତା ବାଗ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ଉପସ୍ଥିତ ଥିଲେ । ଟାଉନ ହାଇସ୍କୁଲ ପଡ଼ିଆରେ ଗେର୍ଡି ଟ୍ରାଇବ୍ରେକର୍‌ରେ ଅମାମୁଣ୍ଡାକୁ ପରାସ୍ତ କରି ବିଜୟ ହାସଲ କରିଥିଲା । ମ୍ୟାଚ୍‌ରେ ଯୁବ ସଂଗ୍ରାମୀ ତଥା କୃଷକ ନେତା ଆକାଶ ମିଶ୍ର ଓ ପୂର୍ବତନ ଖେଳାଳି ତଥା କାଉନସିଲର ଅରବିନ୍ଦ ପରୁଆ ଅତିଥି ଭାବେ ଯୋଗ ଦେଇଥିଲେ । ସଂସଦର ଉପସଭାପତି କୃଷ୍ଣ ଚନ୍ଦ୍ର ମିଶ୍ର ଓ କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା ମଞ୍ଚାସୀନ ଥିଲେ । ଜରାସିଂହା ମିନି ଷ୍ଟାଡିୟମରେ ବିଏନ୍‌ଏଏ ଜରାସିଂହା ୫-୦ ଗୋଲରେ ଚନ୍ଦ୍ରପୁରକୁ ହରାଇଥିଲା । ଏଠାରେ ସମାଜସେବୀ ଉମାଶଙ୍କର ସିଂ ଓ ସମିତି ସଭ୍ୟ ଅମିତ କୁମାର ତ୍ରିପାଠୀ ଅତିଥି ଭାବେ ଯୋଗ ଦେଇଥିଲେ । ଲୋଇସିଂହା ମିନି ଷ୍ଟାଡିୟମରେ ଲୋଇସିଂହା ଏଏ ଟ୍ରାଇବ୍ରେକର୍‌ରେ ତେନ୍ତୁଳିଖୁଣ୍ଟିକୁ ପରାସ୍ତ କରିଥିଲା । ଅବସରପ୍ରାପ୍ତ ପୋଲିସ ଅଧିକାରୀ ଯୁଧିଷ୍ଠିର ପ୍ରଧାନ, ସାମ୍ବାଦିକ ଅଭିଳାଷ ହୋତା ଓ ଲୋଇସିଂହା ଏଏ ସଭାପତି ଦିଲିପ କୁମାର ବେହେରା ଅତିଥି ଭାବେ ଯୋଗ ଦେଇଥିଲେ । ହଳଦୀ ପଡ଼ିଆରେ କେସି ୟୁନାଇଟେଡ୍ ଜୁରାବନ୍ଧ ୫-୧ ଗୋଲରେ ଟିକ୍ରାପଡ଼ାକୁ ପରାସ୍ତ କରିଥିଲା । ଏହି ମ୍ୟାଚ୍‌ରେ ସରପଞ୍ଚ ସୋମିନା ସେଠ, ସମିତି ସଭ୍ୟ ଟୁନାମଣି ମହାନନ୍ଦ ଓ ପୂର୍ବତନ ଖେଳାଳି ରମାରଞ୍ଜନ ସେଠ ଅତିଥି ଭାବେ ଯୋଗ ଦେଇଥିଲେ । ବିଭିନ୍ନ ମ୍ୟାଚ୍‌ରେ ସୁନିଲ ଚନ୍ଦ୍ର ବିଶ୍ୱାଲ, ବଳରାମ ସା, ପ୍ରଦୀପ ବଗର୍ତ୍ତି, ଦେବରାଜ ନାହାକ, ଧବଳେଶ୍ୱର ଦଳବେହେରା, ନରସିଂସ୍ୱାମୀ ନାଇଡୁ, ଅବଦୁଲ ମୁଜିବ ଓ ଉଜ୍ଜଳ ଝାଙ୍କର ମ୍ୟାଚ୍ କମିଶନର ଦାୟିତ୍ୱ ତୁଲାଇଥିଲେ । ଖେଳ ପରିଚାଳନାରେ ସଂଜନ କୁଦେଇ, ବିକି ବିଶି, ସୁଶାନ୍ତ ନାଗ, ଚୈତନ୍ୟ ସାହୁ, ଜିତେନ୍ଦ୍ର ପାତ୍ର, ରାଜେନ୍ଦ୍ର ଧରୁଆ, ଶ୍ରବଣ ବାଗ, ଧନେଶ୍ୱର ସେଠ, ତ୍ରିନାଥ ଚନ୍ଦନ, ଅଭିଷେକ ପ୍ରଧାନ, ପୁରୁଷୋତ୍ତମ ବୁଡେକ, ମନୋଜ ବେହେରା, ସୁଧାଂଶୁ ସେଠ, ସୁଦର୍ଶନ ସେଠ, ଜ୍ୟୋର୍ତିମୟୀ ରାଉତ, ରାଜ କୁମାର ପାଣିଗ୍ରାହୀ, ଏକଲବ୍ୟ ଦଣ୍ଡସେନା, ଭୁବନେ ଭୋଇ, ଡୋଳାମଣି ବଗର୍ତ୍ତି, ଶ୍ରୀବତ୍ସ ମେହେର, ଆଶିଷ ଦେବ ସା, ରିଙ୍କୁ ବିଶି, ପ୍ରତାପ ଭୁକ୍ତା, ଜଗଜୀବନ ପଧାନ, ମଳୟ ଘିବେଲା, ଲବ ସୁନାନି, ଯଶୋବନ୍ତ ମାଝି, ପ୍ରୀତମ ନାଏକ, କରୁଣାକର ପ୍ରଧାନ, ଶ୍ରୀରାମ ସାହୁ, ଗୋପାଳ ପ୍ରଧାନ ଓ ଦିଲୀପ କୁମାର ଧରୁଆ ସହଯୋଗ କରିଥିଲେ । ଏହି ଫୁଟବଲ ପ୍ରତିଯୋଗିତାକୁ ନେଇ ବିଭିନ୍ନ ଅଞ୍ଚଳରେ ଖେଳାଳି ଓ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।

Leave A Reply

Your email address will not be published.