
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଭୋର ସମୟରେ ତୁରେକେଲା ନିକଟରେ ଘଟିଛି ଏକ ଅଘଟଣ । ଚଳନ୍ତା ଟ୍ରେନରୁ ଜଣେ ପ୍ରାୟ ୩୦ ବର୍ଷୀୟ ଯୁବକ ଖସିପଡ଼ିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଭୋର ପ୍ରାୟ ୩ଟା ୯ ମିନିଟ୍ ସମୟରେ ତୁରେକେଲାଠାରୁ ପ୍ରାୟ ୫ କିଲୋମିଟର ଆଗରେ ଏହି ଘଟଣା ଘଟିଥିବା କୁହାଯାଉଛି । ତୁରେକେଲା–ହରିଶଙ୍କର ରୋଡ୍ ରେଳପଥରେ ଘଟିଥିବା ଏହି ଘଟଣାରେ ଯୁବକ ଜଣକ କେଉଁ ପରିସ୍ଥିତିରେ ଚଳନ୍ତା ଟ୍ରେନରୁ ଖସିଲେ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ । ଯୁବକଙ୍କ ପରିଚୟ ଏବଂ ବର୍ତ୍ତମାନର ସ୍ଥିତି ମଧ୍ୟ ଜଣାପଡ଼ିନାହିଁ । ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଓ ଅଧିକାରୀଙ୍କ ସୂଚନାକୁ ଅପେକ୍ଷା କରାଯାଉଛି ।