ଜରାସିଂହା କଲ୍ୟାଣ ମଣ୍ଡପର ଶିଳାନ୍ୟାସ : ୫୦ ଲକ୍ଷ ଟଙ୍କା ବ୍ୟୟ ଆକଳନ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ୧୧ଟା ସମୟରେ ଦେଓଗାଁ ବ୍ଳକ ଜରାସିଂହାରେ ନିର୍ମାଣ ହେବାକୁ ଥିବା କଲ୍ୟାଣ ମଣ୍ଡପ ପାଇଁ ଦେଓଗାଁ ବ୍ଳକ ଅଧ୍ୟକ୍ଷା ରୀନା ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଶିଳାନ୍ୟାସ କରିଛନ୍ତି । ଅଧ୍ୟକ୍ଷାଙ୍କ କହିବା ଅନୁସାରେ ଏହି ମଣ୍ଡପ ନିର୍ମାଣ ପାଇଁ ୫୦ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯିବାର ଆକଳନ କରାଯାଇଛି । ପ୍ରଥମ ପର୍ୟ୍ୟାୟରେ ପଞ୍ଚାୟତ ପାଣ୍ଠିରୁ ୨୫ଲକ୍ଷ ଟଙ୍କା ଓ ଦ୍ବିତୀୟ ପର୍ୟ୍ୟାୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଅବଶିଷ୍ଠ ୨୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି କହିଛନ୍ତି । ଏହି ଉପ‌ଲକ୍ଷେ ଆୟୋଜିତ ଏକ ସମାରୋହରେ ଜରାସିଂହା ସରପଞ୍ଚ କୁଶମଣୀ ମେହେର, ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଦେଓଗାଁ ବ୍ଳକ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ସମିତି ସଭ୍ୟା ମମତା ମୟୀ ପୁଟେଲ, ପଞ୍ଚାୟତର ନାଏବ ସରପଞ୍ଚ ବିନୋଦିନୀ ମେହେର, ୱାର୍ଡ ସଭ୍ୟ ଭାଗ୍ୟବତୀ ନନ୍ଦ, ନେହେରୁ ଦୀପ, ଚଞ୍ଚଳା ଦଣ୍ଡସନା, ମୋତିଲାଲ ଦଣ୍ଡସନା, ତରୁଲତା ମନହୀରା, ଛେଳିଆ ମେହେର, ନିରାକାର ବାଗ, ରଜ ମନହିରା, ଲକ୍ଷି ଭେସ୍ରା, ସୁକାନ୍ତ ମାଝୀ, ଶ୍ରୀବନ୍ତ ମେହେର, ମଦନ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବ ସମିତି ସଭ୍ୟ ନିରାକାର ମେହେର ଓ ଦେବ ପ୍ରସାଦ ମେହେର, ପୂର୍ବ ସରପଞ୍ଚ ପରମେଶ୍ବର ସାହୁ, ଜଗନ୍ନାଥ ପୂଜକ ସଞ୍ଜୟ ମିଶ୍ର, ପାଟଖଣ୍ଡା ପୂଜକ ସନ୍ତୋଷ ଥନାପତୀ, ପ୍ରମ‌ୋଦ ସିଂନିନା ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଉପେନ୍ଦ୍ର ରଣା ଧନ୍ୟବାଦ ଅର୍ପଣ କରିଥିଲେ

Leave A Reply

Your email address will not be published.

error: Content is protected !!