jayashree

ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜନ୍ମ ଜୟନ୍ତୀ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ସହର ମଣ୍ଟେସୋରୀ ପବ୍ଲିକ ସ୍କୁଲର ଏକାଡେମିକ୍ ପ୍ରିନ୍ସିପାଲ ଡ. ରବିଚନ୍ଦ୍ର ପଶାୟତ ଯୋଗଦାନ କରି ଗଙ୍ଗାଧର ଲିଖିତ କାବ୍ୟ କବିତା ସମସ୍ତଙ୍କର ହୃଦୟକୁ ଛୁଇଁ ଥାଏ ବୋଲି ମତ ପ୍ରକାଶ କରିଥିଲେ । ସତଲମା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଲୋକବନ୍ଧୁ ପ୍ରଧାନ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଗଙ୍ଗାଧର ମେହେରଙ୍କ କାଳଜୟୀ କୃତୀ ଉପରେ ଆଲୋକପାତ କରିଥିଲେ । ପରିଚାଳନା କମିଟିର ସଭାପତି ଶଙ୍କର ସାହୁ ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିବାବେଳେ ସଦସ୍ୟ ଭକ୍ତ ଭୋଇ, ସମ୍ପଦ ଖମାରୀ ତଥା ଶିକ୍ଷକ ରମାବଲ୍ଲଭ ବାରିକ, ନନ୍ଦିଘୋଷ ବାରିକ, ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୀତା ମେହେର ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଉପସ୍ଥିତ ରହିଥିଲେ । ସଂସ୍କୃତ ଶିକ୍ଷକ ରାଜୁ ମେହେର ସଭା ସଂଯୋଜନା କରିଥିବା ବେଳେ ଛାତ୍ରୀ ଶ୍ରୀମୟୀ ଓ ସାଥୀ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ସ୍କାଉଟ ମାଷ୍ଟର୍ ଚିନ୍ମୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଛାତ୍ରୀ ରୋଜି, ମନୀଷା, ନିବେଦିତା, ଡଲି, ଦିବ୍ୟା, ତିଳୋତ୍ତମା, ପ୍ରଜ୍ୱଳିତ।, ସୀମା, ରୋଶନୀ, ଝରଣା, ଜସ୍ମିନ୍ ଓ ସାଥୀ ନୃତ୍ୟ ପରିବେଷଣ କରିଥିଲେ । ବିଦ୍ୟାଳୟର ସ୍କାଉଟ ଓ ଜୁନିଅର, ଛାତ୍ରଛାତ୍ରୀ, ଶିକ୍ଷକ କିରଣ ପୁଟେଲ୍, ଲିପି ପ୍ରଧାନ, କର୍ମଚାରୀ ବିଭୀଷଣ ଖମାରୀ, ମିନିକେତନ ଦାସ, ସୁରଜ୍ ଖମାରୀ, ସମୀର କଠାର କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

Leave A Reply

Your email address will not be published.