jayashree

ଜିଲ୍ଲା ସିନିୟର ନକ୍‌ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଚାଲିଥିବା ଫୁଟବଲ ଖେଳ ୮ଟି ପଡିଆରେ ହୋଇଯାଇଛି । ଚୁଡାପାଲି ହାଇସ୍କୁଲ ପଡିଆରେ ଭାଲୁପିଟା ୨-୧ ଗୋଲରେ ଡଙ୍ଗାଘାଟକୁ ଓ ଲରମ୍ଭା ୧-୦ ଗୋଲରେ ଚାଣ୍ଟିମୁଣ୍ଡାକୁ ହରାଇ ବିଜୟୀ ହେଲା । ଅତିଥି ଭାବେ ପୂର୍ବତନ ଖେଳାଳି ଗୋପାଳ ପଟେଲ, ସନ୍ତୋଷ ସାହୁ, ପ୍ରଧାନ ଶିକ୍ଷକ ହେମସାଗର ନାଏକ, ବିଭୁପ୍ରସାଦ ଯାଦବ ଓ ସଂସଦର ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ଯୋଗ ଦେଇଥିଲେ । ଟିଟିଲାଗଡ ସିଟି ସ୍କୁଲ ପଡିଆରେ ଏନ୍‌ୱାଇଏସ୍‌ ୨-୧ ଗୋଲରେ ଭାଟିପଡାକୁ ଓ ରାଇଜିଂ ଷ୍ଟାର ୨-୦ ଗୋଲରେ ତୁର୍ଲାକୁ ହରାଇ ବିଜୟୀ ହେଲା । ଅତିଥି ଭାବେ ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ଶୁଭ୍ରାଂଶୁ ଦାସ, ପୂର୍ବତନ ଖେଳାଳିି ଘିନୁ ଆଡଜୁଏଡ, ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ପୂର୍ବତନ ଖେଳାଳି ମଧୁ ମହାଲିଙ୍ଗ, ସଭାପତି ନାଗରିକ ମଂଚ ରାଧାକାନ୍ତ ପାଢୀ, ଆଦିବାସୀ ନେତା ହେମରାମ ହାଂସଦା ଯୋଗ ଦେଇଥିଲେ । ଖୁଜେନପାଲି ପଡିଆରେ ମହିମୁଣ୍ଡା ୭-୦ ଗୋଲରେ ବାଗଭାଡିକୁ ଓ ଖୁଜେନପାଲି ୩-୧ ଗୋଲରେ ଅର୍ଜୁନପୁରକୁ ହରାଇଲା । ଅତିଥି ଭାବେ ସଂସଦର କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, ପୂର୍ବତନ ଖେଳାଳି ସୁରେଶ ଚନ୍ଦ୍ର ସିଂ, ସଂସଦର ଯୁଗ୍ମ ସଂପାଦକ ଶତୃଘ୍ନ ସିଂହ ଓ ବିଜେଡି ବ୍ଲକ ସଭାପତି ନିହାର ରଂଜନ ସ୍ୱାଇଁ ଯୋଗ ଦେଇଥିଲେ । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଏନ୍‌ଏସ୍‌ ସ୍ପୋଟିଂ ୬-୦ ଗୋଲରେ ଗଇଁତଲାକୁ ଓ ପ୍ରୋଗ୍ରେସିଭ୍‌ କ୍ଲବ ୩-୧ ଗୋଲରେ ସରଗାଡକୁ ହରାଇଲା । ଅତିଥି ଭାବେ ଅଧ୍ୟାପିକା ଲୋପାମୁଦ୍ରା ମିଶ୍ର, ଇଂ. ପ୍ରଶାନ୍ତ ତ୍ରିପାଠୀ, ଇଂ.ନମିତା ପଟେଲ, ଇଂ. ସନ୍ତୋଷ କୁମାର ବ୍ରହ୍ମା ଓ ଆଦିତ୍ୟ ପଟ୍ଟନାୟକ ଯୋଗ ଦେଇଥିଲେ । ଟାଉନ ହାଇସ୍କୁଲ ପଡିଆରେ ଘୁଚେପାଲି ୩-୧ ଗୋଲରେ କାଲସାଏପାଲି ଜେକେୱାଇଏସ୍‌କୁ ଓ ଖଲିଆପାଲି ୧-୦ ଗୋଲରେ ଡିଏଫ୍‌ଏକୁ ହରାଇଲା । ଅତିଥି ଭାବେ ପୂର୍ବତନ ଖେଳାଳି ଲୋକନାଥ ନେପାକ, ବିରେନ୍ଦ୍ର ସୁନା, ଲୋଟସ ଷଡଙ୍ଗୀ, ସୋମନାଥ ମିଶ୍ର ଓ ଜଗନ୍ନାଥ ମିଶ୍ର ଯୋଗ ଦେଇଥିବା ବେଳେ ସଂସଦର ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ, ବରିଷ୍ଠ ସଦସ୍ୟ ଜୟରାମ ମିଶ୍ର ଓ ଡା. ସିଦ୍ଧେଶ୍ଵର ମିଶ୍ର ମଂଚାସୀନ ଥିଲେ । ଜରାସିଂହା ମିନି ଷ୍ଟାଡିୟମରେ ବର୍ଲା ୨-୧ ଗୋଲରେ ବରକାନିକୁ ଓ ନାଇକେନସିରା ୧-୦ ଗୋଲରେ ତୁଷୁରାକୁ ହରାଇଲା । ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ସୁମତି ସେଠ, ପୂର୍ବତନ ଖେଳାଳି ନବୀନ ବାରିକ, ବିଜୟ ନାୟକ, ସରପଂଚ କୁଶମଣି ମେହେର ଓ ଅଶୋକ ଦଣ୍ଡସେନା ଯୋଗ ଦେଇଥିଲେ । ଲୋଇସିଂହା ମିନି ଷ୍ଟାଡିୟମରେ ବାଦିବାହାଲ ୪-୦ ଗୋଲରେ ଝାରମୁଣ୍ଡାକୁ ଓ କୁସଙ୍ଗ ୧-୦ ଗୋଲରେ ମୁରସୁଣ୍ଡକୁ ହରାଇଲା । ଅତିଥି ଭାବେ ବରିଷ୍ଠ ଓକିଲ ବିଜୟ କୁମାର ବାବୁ, ସଭାପତି ଏଥେଲେଟିକ୍‌ ଏସୋସିଏସନ ଲୋଇସିଂହା ଦିଲୀପ କୁମାର ବେହେରା, ପୂର୍ବତନ ଖେଳାଳି ପ୍ରତାପ କୁମାର ବହିଦାର, ଅଧ୍ୟକ୍ଷ ଅଶୋକ କୁମାର ଭିତିରିଆ ଓ କିଶୋର କୁମାର ନାଏକ ଯୋଗ ଦେଇଥିଲେ । ହଲଦି ପଡିଆରେ ବଡଗମଡା ୧-୦ ଗୋଲରେ ନାରେନକୁ ଓ ବଙ୍ଗୋମୁଣ୍ଡା ୪-୦ ଗୋଲରେ କପିଲାଭଟାକୁ ହରାଇଲା । ଅତିଥି ଭାବେ ଅଧ୍ୟକ୍ଷ ଜୟଶ୍ରୀ ଖଟୁଆ, ପିଙ୍କୁ ସାହୁ ଓ ମୁରିବାହାଲ ପିଏଚ୍‌ସି ଡା. ସତିଶ ମେହେର ଯୋଗ ଦେଇଥିଲେ । ସୁନିଲ ଚନ୍ଦ୍ର ବିଶ୍ୱାଲ, ବଳରାମ ସା, ପ୍ରଦୀପ ବଗର୍ତ୍ତି, ଦେବରାଜ ନାହାକ, ଧବଳେଶ୍ୱର ଦଳବେହେରା, ନରସିଂସ୍ୱାମୀ ନାଇଡୁ, ଅବଦୁଲ ମୁଜିବ ଓ ଉଜ୍ୱଳ ଝାଙ୍କର ମ୍ୟାଚ କମିଶନର ଦାୟିତ୍ୱ ତୁଲାଇଥିଲେ । ଖେଳକୁ ତ୍ରିନାଥ ଚନ୍ଦନ, ମଣ୍ଟୁ ବେହେରା, ଜ୍ୟୋତି ରଂଜନ ମହାନନ୍ଦ, ଜଳନ୍ଧର ସାହୁ, ପୁରୁଷୋତ୍ତମ ବୁଡେକ, ଅଭିଷେକ ପ୍ରଧାନ, ବୁଦ୍ଧଦେବ ନାଏକ, ଲବ ସୁନାନି, ମୋହନ ପଧାନୀ, ମଳୟ ଘିଭେଲା, ସନ୍ତୋଷ ମେହେର, ରାଜେଶ ସ୍ୱାଇଁ, ବିନୋଦ ପ୍ରଧାନୀ, ଉମେଶ ଭୋଇ, ରାଜେନ୍ଦ୍ର ଧରୁଆ, ଧନେଶ୍ୱର ସେଠ, ଶୁଭ୍ରାଂଶୁ ଶେଖର ରାଉତ, ବିକି ବିଶି, ଦେବାଶିଷ ବାଗ, ପ୍ରଫୁଲ୍ଲ ବଗର୍ତ୍ତି, ଦୀପକ ରାଜହଂସ, ସୁଧାଂଶୁ ସେଠ, ଜ୍ୟୋର୍ତିମୟ ରାଉତ, ସୁରେଶ ନାଏକ, ସଞ୍ଜିବ ମହାରଣା, ସୁଦର୍ଶନ ସେଠ, ରାଜକୁମାର ପାଣିଗ୍ରାହୀ, ନିଶାରକାନ୍ତ ନାଗ, ଦୋଳଗୋବିନ୍ଦ ମୁଣ୍ଡା, ଶୁଶାନ୍ତ ନାଗ, ସଂଜନ କୁଦେଇ, ରାଜେନ୍ଦ୍ର ସେଠ, ରେବତୀ ରମଣ ବାଙ୍କ, ସତ୍ୟ ଦଣ୍ଡସେନା, ପ୍ରଶାନ୍ତ ଥନାପତି, କୁନ୍ତେ ମେହେର, କୈଳାସ କର୍ତ୍ତି, ଭୁବନେ ଭୋଇ, ଡୋଳାମଣି ବଗର୍ତ୍ତି, ଶୁଶାନ୍ତ ଥନାପତି, କରୁଣାକର ପ୍ରଧାନ, ରୋଶନ ମେହେର, ଭୋଲାନାଥ ନାଏକ, ଶ୍ରୀରାମ ସାହୁ, ସଂଜିତ ତରିଆ, ବିଜୟ ରଣା, ପାଣ୍ଡବ ବିଶି, ରିଙ୍କୁ ବିଶି, ଗୌରହରି ପୁଟେଲ, ନିତେଶ ଭୋଇ, ଆଶୀର୍ବାଦ ସା, ଆଶିଷଦେବ ସା, ଅଶ୍ୱିନୀ ଭୁକ୍ତା ଓ ପ୍ରତାପ ଭୁକ୍ତା ପରିଚାଳନା କରିଥିଲେ ।

Leave A Reply

Your email address will not be published.