jayashree

ରୋଟାରୀ ଜିଲ୍ଲା ୩୨୬୧ର ସଦସ୍ୟତା ସେମିନାର “ଅଭିବୃଦ୍ଧି” ସମ୍ପନ୍ନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ ଜିଲ୍ଲା ୩୨୬୧ର ୨୦୨୬-୨୭ ବର୍ଷ ପାଇଁ ଜିଲ୍ଲା ସଦସ୍ୟତା ସେମିନାର “ଅଭିବୃଦ୍ଧି” ରାଉରକେଲା କ୍ଲବ, ରାଉରକେଲାରେ ସଫଳତାର ସହ ସମ୍ପନ୍ନ ହୋଇଛି । ଟିମ୍ ଓଜସ୍ୱୀ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ରୋଟାରୀ କ୍ଲବ ଅଫ ରାଉରକେଲା ଓ ରୋଟାରୀ କ୍ଲବ ଅଫ ରାଉରକେଲା ମିଡ-ଟାଉନ ମିଳିତ ଭାବେ ଆୟୋଜନ କରିଥିଲେ । ଏହି ସେମିନାରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜିଲ୍ଲାରେ ସଦସ୍ୟ ସଂଖ୍ୟା ବୃଦ୍ଧି କରିବା, ନେତୃତ୍ୱକୁ ମଜବୁତ କରିବା, ଜ୍ଞାନ ବୃଦ୍ଧି କରିବା ଏବଂ ୨୦୨୬-୨୭ ବର୍ଷରେ ରୋଟାରୀ ସେବାକୁ ଅଧିକ ଉତ୍କୃଷ୍ଟତା ସହ କରିବା ପାଇଁ ପ୍ରସ୍ତୁତ କରିବା । ଏହି ସେମିନାରରେ ରୋଟାରୀ ଜିଲ୍ଲା ୩୨୬୧ର ବିଭିନ୍ନ କ୍ଲବର ପ୍ରାୟ ୧୮୩ ଜଣ ରୋଟାରିଆନ ଅଂଶଗ୍ରହଣ କରିଥିଲେ । ଉଦଘାଟନୀ ଅଧିବେଶନରେ ଆୟୋଜକ କ୍ଲବର ସଭାପତି ରୋଟାରିଆନ ଶୁଭାଶିଷ ସାମଲ ଜାତୀୟ ସଙ୍ଗୀତ ପରେ ବୈଠକ ଆରମ୍ଭ କରିଥିଲେ । ସେମିନାରର ଅଧ୍ୟକ୍ଷ ପିପି ରୋଟାରିଆନ ବିଜୟ ଦାସ ସମସ୍ତ ମାନ୍ୟଗଣ୍ୟ ଅତିଥି ଓ ରୋଟାରିଆନଙ୍କୁ ସ୍ୱାଗତ କରିଥିଲେ । ପିଡିଜି ରଞ୍ଜିତ ସିଂହ ସାଇନି ସେମିନାରର ଉଦ୍ଦେଶ୍ୟ ବିଷୟରେ ବୁଝାଇଥିଲେ । ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଆଲମ ସିଂହ ରୁପ୍ରା ଉଦଘାଟନୀ ଭାଷଣ ଦେଇ ଜିଲ୍ଲାର ବିଭିନ୍ନ ଇଣ୍ଟରାକ୍ଟ କ୍ଲବକୁ ୧୩ଟି ଚାର୍ଟର ପ୍ରଦାନ କରିଥିଲେ । ରୋଟାରିଆନ ବିଲାଲ ମଲ୍ଲିକ ଓ ରୋଟାରିଆନ ରଶ୍ମି ରଞ୍ଜନ ଏହି ଚାର୍ଟର ପ୍ରଦାନରେ ସହଯୋଗ କରିଥିଲେ । ଏହି ଅବସରରେ ଦୁଇଟି ଆରଆଇ ପ୍ରେସିଡେଣ୍ଟ ଚାମ୍ପିଅନସିପ୍ ଆୱାର୍ଡ ପ୍ରଦାନ କରାଯାଇଥିଲା । ଏକେଏସ୍‌ ରୋଟାରିଆନ ଡି.ଆର୍‌. ପଟ୍ଟନାୟକ ଆର୍‌ ଆଇ. ଫାଉଣ୍ଡେସନକୁ ୪.୬୫ କୋଟି ଟଙ୍କା ଅବଦାନ ପାଇଁ ଏବଂ ରୋଟାରିଆନ ମନୀଷା ଅଗ୍ରୱାଲଙ୍କୁ ସଦସ୍ୟ ବୃଦ୍ଧି (୩ ବର୍ଷରେ ୩୦ରୁ ୨୧୯) ପାଇଁ ସାଧୁବାଦ୍ ଦେଇଥିଲେ । ଉଦଘାଟନୀ ଅଧିବେଶନରେ ମିଡ ଟାଉନ ସଭାପତି ରୋଟାରିଆନ ଅଙ୍କିତ କେଡିଆ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟବକ୍ତା ରିଡ ୩୦୭୦ର ପିଡିଜି ସୁରେନ୍ଦ୍ର ସେଠ ” ମୋର୍ ଫ୍ଲାୱରସ ମୋର୍ ଫ୍ରାଗ୍ରାନ୍ସ” ବିଷୟରେ କହି କିପରି ନୂଆ ସଦସ୍ୟ ଆଣିବେ ଓ ସେମାନଙ୍କୁ ରଖିବେ ସେ ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ଦୁଇଟି ବିଜନେସ ସେସନ ହୋଇଥିଲା ଯେଉଁଥିରେ ପିଡିଜି ରୋଟାରିଆନ ପ୍ରମୋଦ ରଥ ଓ ପିଡିଜି ଏଫ.ସି. ମହାନ୍ତି, ଡିଏଲଏଫ ମୋଡରେଟର ଥିଲେ । ବକ୍ତା ଭାବେ ପିଡିଜି ରାକେଶ ଚତୁର୍ବେଦୀ, ପିଡିଜି ରାଜୀବ ଶର୍ମା, ପିପି ସି.ବି. ଦତ୍ତ, ପଡିଜି ପ୍ରମୋଦ ରଥ, ରୋଟାରିଆନ ମନୀଷା ଅଗ୍ରୱାଲ ରୋଟାରୀର ସଦସ୍ୟତା ବୃଦ୍ଧିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଉଦଯାପନୀ ଅଧିବେଶନ ଏକ ଇଣ୍ଟରାକ୍ଟିଭ ସେସନ ସହ ଆରମ୍ଭ ହୋଇଥିଲା । ସହ-ଅଧ୍ୟକ୍ଷ ରୋଟାରିଆନ ହୀରାଲାଲ ମହାପାତ୍ର ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମର ରାପୋର୍ଟିଅର ଥିଲେ ସହ-ଅଧ୍ୟକ୍ଷ ରୋଟାରିଆନ ଡକ୍ଟର ସୁବୋଧ ମେହେର ଓ ଅଧ୍ୟକ୍ଷ ରୋଟାରିଆନ ବିଜୟ ଦାସ, ଯାହାଙ୍କ ମାର୍ଗଦର୍ଶନରେ କାର୍ଯ୍ୟକ୍ରମ ସୁନ୍ଦର ଭାବେ ପରିଚାଳିତ ହୋଇଥିଲା । ଡିଜି ଆଲମ ସିଂହ ରୁପ୍ରା ଓ ଫାଷ୍ଟ ଲେଡି ରୋଟାରିଆନ ହରପଲ ରୁପ୍ରା ମୋମେଣ୍ଟୋ ଓ ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ରୋଟାରିଆନ କୋୟେନା ଦାସ୍ତିଦାର ଓ ରୋଟାରିଆନ ଅମୃତା ବି ବନସଲ ସୁନ୍ଦର ଭାବେ ସଞ୍ଚାଳନ କରିଥିଲେ ।

Leave A Reply

Your email address will not be published.