jayashree

ବୈଶାଖୀ ସାହିତ୍ୟ ସଂସଦର ମେହେର ଜୟନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସାହିତ୍ୟ ସାଂସ୍କୃତିକ ଅନୁଷ୍ଠାନ ବୈଶାଖୀ ସାହିତ୍ୟ ସଂସଦ ଦ୍ୱାରା ଗଙ୍ଗାଧର ମେହେରଙ୍କ ୧୬୫ ତମ ଜୟନ୍ତୀ ଛେଣ୍ଡସ୍ଥିତ ମଧୁସୂଦନ ପାଠାଗାର ପରିସରରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗୀତାରାଣୀ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଅଧ୍ୟାପିକା ଶୈଳବାଳା ଷଡଙ୍ଗୀ, ମୁଖ୍ୟଅତିଥି ପିତବାସ ପ୍ରଧାନ, ଅନ୍ୟତମ ଅତିଥି ବିଜୟ କୁମାର ସାହୁ ଗଙ୍ଗାଧରଙ୍କ ସାହିତ୍ୟ ଓ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ସାଧାରଣ ସଂପାଦକ ସି ମାଝୀ ତାଙ୍କର ସଂପାଦକୀୟ ଅଭିଭାଷଣରେ ବୈଶାଖୀ ସାହିତ୍ୟ ସଂସଦର ଆଗାମୀ କାର୍ଯ୍ୟକ୍ରମର ରୂପରେଖ ଉପସ୍ଥାପନ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ କବି କବିବର ପରିଡା ଓ ବିଶିଷ୍ଟ ଗାଳ୍ପିକ ଗିରି ଦଣ୍ଡସେନାଙ୍କ ଅମର ଆତ୍ମାପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଗାଳ୍ପିକ ଅଜୟ କୁମାର ମହାନ୍ତି ଏକ ସୁନ୍ଦର ଯୁଗୋପଯୋଗୀ ଗଳ୍ପ ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବିକ୍ରମ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ କବି ପରେଶ ବିଶ୍ୱାଳ ଓ କବୟିତ୍ରୀ ଗୀତାରାଣୀ ବେହେରାଙ୍କ ସଂଯୋଜନାରେ କବି ସତ୍ୟବ୍ରତ ଦାସ, ଉମେଶ ତିୱାରୀ, ତ୍ରିଲୋଚନ ସ୍ୱାଇଁ, ବଳରାମ ଦାଶ, ଭୀମସେନ ସାହୁ, ନବଘନ ସାମଲ, ବିଜୟ କୁମାର ସାହୁ, ଜ୍ୟୋତ୍ସ୍ନାରାଣୀ ରାୟ, ସୁକାନ୍ତୀ ଦାସ ପ୍ରମୁଖ କବିତା ପାଠ କରିଥିଲେ । ବିଜୟ କୁମାର ବରାଳ, ସୂର୍ଯ୍ୟମଣୀ ପଣ୍ଡା, ସୁଶାନ୍ତ ନାଏକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଦେବବ୍ରତ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.