jayashree

ସାମାଜିକ ସଂସ୍କାର ଓ ଆଧ୍ୟାତ୍ମିକ ଚେତନା ପାଇଁ ଅବଦାନକୁ ମନେ ପକାଇଲେ ସାଧୁସନ୍ଥ ସମାଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିବଂଗତ ସୁଧର୍ମାନନ୍ଦ ବାନପ୍ରସ୍ଥୀ ଏକାଧାରରେ ଜଣେ ସାମାଜିକ ସଂସ୍କାରକ, ବେଦ ବେଦାନ୍ତର ପ୍ରାଜ୍ଞ ପୁରୁଷ, ଧର୍ମ ପରାୟଣ, ଆଦର୍ଶ ଶିକ୍ଷକ ରୂପେ ପରିଚିତ ଥିଲେ । ତାଙ୍କ ଅବର୍ତମାନରେ ସାଧୁ ସନ୍ଥ ସମାଜ ଜଣେ ଅଭିଭାବକଙ୍କୁ ହରାଇଛି । ସାମାଜିକ ଓ ନୈତିକ ଅଧୋପତନର ଶିକାର ହେଉଥିବା ସମାଜ ପାଇଁ ସେ ଯେଉଁ ଆଲୋକବର୍ତ୍ତିକା ସାଜିଥିଲେ ତାହା ବାସ୍ତବରେ ପ୍ରଶଂସନୀୟ ବୋଲି ମତପ୍ରକାଶ ପାଇଛି । ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍ ମୁରଶୁଣ୍ଡ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱାମୀ ବିଶୁଦ୍ଧାନନ୍ଦ ସରସ୍ଵତୀ ଅଧ୍ୟକ୍ଷତା କରିଥିଲେ । ଯଜ୍ଞ କାର୍ଯ୍ୟ ବେଦାନନ୍ଦ ପରିଚାଳନା କରିଥିବା ବେଳେ ବିଶିଷ୍ଟ ପରିବେଶବିତ ସ୍ୱାମୀ ସୋମବେଶ ଆଶୀର୍ବଚନ ପ୍ରଦାନ କରିଥିଲେ । ପିକେଏସ ଫାଉଣ୍ଡେସନର ପ୍ରତିଷ୍ଠାତା ମୃତ୍ୟୁଞ୍ଜୟ କୁମାର ପୂଜ୍ୟ ଗୁରୁଜୀଙ୍କ ସ୍ମୃତି ଚାରଣ କରିଥିବାବେଳେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପୂର୍ବ ଆବାହକ ଅବସରପ୍ରାପ୍ତ ଆୟୁର୍ବେଦ ବିଶେଷଜ୍ଞ ଡାକ୍ତର ଗୌତମ ବିଶ୍ୱାଳ ତାଙ୍କର ବିଚାର ଧାରାକୁ ଆଗକୁ ବଜାୟ ରଖିବାକୁ ଉଦ୍ୟମ ଜାରି ରଖିବା ପାଇଁ ଆହ୍ୱାନ ଦେଇଥିଲେ । ସହସ୍ରାଧିକ ଲୋକଙ୍କ ସମାବେଶରେ ଆର୍ଯ୍ୟ ସମାଜ ଦ୍ୱାରା ତାଙ୍କର ସୁପୁତ୍ର ଦେବାଶିଷ, ସୁବ୍ରତାନନ୍ଦ ଓ ସୁମେଧାନନ୍ଦଙ୍କୁ ପଗଡି ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.