ସଡକ ଦୁର୍ଘଟଣାରେ ଜଣେ ଆହତ ଓ ଜଣେ ମୃତ

ଟିଟିଲାଗଡ, ( ଗୌରବ ଦର୍ଜୀ) : ଟିଟିଲାଗଡ ଥାନା ଅନ୍ତର୍ଗତ ଚାହାଂରଭଟା ପାଖରେ ସଡକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟ ହେବା ସହ ଅନ୍ୟ ଜଣେ ଗଭୀର ଆହତ ହୋଇଛନ୍ତି । ମୃତ ଯୁବକ ଟିଟିଲାଗଡ ଥାନା ଅନ୍ତର୍ଗତ ହଳଦୀ ପଞ୍ଚାୟତର ପାତଳପଡ଼ାର ବରୁଣ ଭୋଇ (ବୟସ -୨୮) ଭାବରେ ପରିଚୟ ମିଳିଥିବା ବେଳେ ଆହତ ବ୍ୟକ୍ତି ଜଣକର ପରିଚୟ ସଞ୍ଜୟ ବନଛୋର୍ ( ବୟସ- ୩୦) ଭାବରେ ଜଣାପଡିଛି । ମୃତ ବ୍ୟକ୍ତି ବରୁଣ ଓ ତାଙ୍କ ବନ୍ଧୁ ବେଲଗାଁରୁ ଭୋଜି ଖାଇ ଫେରୁଥିବା ବେଳେ ଚାଂହରଭଟା ପାଖରେ ବୋଲେରୋକୁ ରାସ୍ତା ଦେବା ସମୟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ସଞ୍ଜୟ ଗଭୀର ଆହତ ହୋଇଥିବା ବେଳେ ବରୁଣ ମୃତ୍ୟୁବରଣ କରିଛନ୍ତି । ୧୦୮ ଆମ୍ବୁଲାନ୍ସରେ ତାଙ୍କୁ ଟିଟିଲାଗଡ ସରକାରୀ ଡାକ୍ତରଖାନାକୁ ଆଣିଥିଲେ ସେଠାରେ ଡା. ଓଁକାର ହୋତା ପ୍ରାଥମିକ ଯାଞ୍ଚରେ ମୃତ୍ୟୁ ଘୋଷଣା କରିଥିଲେ । ଟିଟିଲାଗଡ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ବିଳମ୍ବ ସମୟ ହୋଇଯାଇଥିବା ଯୋଗୁଁ ଶବ ଜବତ କରି ଆସନ୍ତା କାଲି ବ୍ୟବଚ୍ଛେଦ କରିବା ପାଇଁ ଅଟକ ରଖିଛି ।

Leave A Reply

Your email address will not be published.