jayashree

ଗଞ୍ଜାମ ଏନ୍‌ଏସି ରାଜ୍ୟସ୍ତରରେ ପୁରସ୍କୃତ : ମିଳିଲା ୨ କୋଟି ଟଙ୍କା

  • ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହେଲା ଗଞ୍ଜାମ ଏନ୍‌ଏସି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସ୍ୱାୟତ୍ତ ଶାସନ ଦିବସରେ ଭୁବନେଶ୍ୱରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଏନ୍ଏସିକୁ ଉଲ୍ଲେଖନୀୟ ସଫଳତା ସକାଶେ ପୁରସ୍କୃତ କରିଛନ୍ତି । ଜିଲ୍ଲାର ୧୩ଟି ଏନ୍‌ଏସି ମଧ୍ୟରୁ ୨୦୨୫-୨୬ ଆର୍ଥିକ ବର୍ଷରେ ଗଞ୍ଜାମ ଏନ୍ଏସି ରାଜସ୍ୱ ଆଦାୟ ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପାଦନ କରି ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବାରୁ ମୁଖ୍ୟମନ୍ତ୍ରୀ ଟ୍ରଫି ସହ ୨ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଏନ୍‌ଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ଓ ନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆ ତାହା ଗ୍ରହଣ କରିଛନ୍ତି । ନିଜ ରାଜସ୍ୱ ସଂଗ୍ରହରେ ଉଲ୍ଲେଖନୀୟ ଅଭିବୃଦ୍ଧି ପାଇଁ ଗଞ୍ଜାମ ଏନ୍‌ଏସିକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ସହରାଞ୍ଚଳ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା । ସ୍ୱଚ୍ଛତା କ୍ଷେତ୍ରରେ ମଧ୍ୟ ଗଞ୍ଜାମ ଏନ୍ଏସି ସଫଳ ପ୍ରଦର୍ଶନ କରିଛି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗତ ୨୪ ଅଗଷ୍ଟରେ ଏନେଇ ସୂଚନା ଦିଆଯାଇଥିଲା ।
ସହରବାସୀଙ୍କ ସହଯୋଗରୁ ଏହି ସଫଳତା ମିଳିଥିବା ଦର୍ଶାଇବା ସହ ପରିଷଦର ସମସ୍ତ କର୍ମଚାରୀଙ୍କ ମିଳିତ ନିଷ୍ଠା ଓ ପ୍ରୟାସର ଫଳ ବୋଲି କହି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀ । ଏହି ସଫଳତା ଆମକୁ ଆଗକୁ ଉତ୍ତମ କାର୍ଯ୍ୟ କରିବାକୁ ପ୍ରେରଣା ଦେବ ବୋଲି କହିଛନ୍ତି ।

Leave A Reply

Your email address will not be published.