jayashree

ବାଲିଗୁଡାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷରୁ ସମଗ୍ର ସହରରେ ରାମଧୂନ ପରିବେଷଣ କରାଯାଇଥିଲା । ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ, ଉପାଧ୍ୟକ୍ଷାଙ୍କ ସମେତ ସମସ୍ତ କର୍ମଚାରୀ ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିବା ପରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ପରେ ଅତିଥିମାନଙ୍କ ଦ୍ୱାରା ବଅଦ୍ଧାଶ୍ରମର ସମସ୍ତ ଅନ୍ତେବାସୀ, ଉପଖଣ୍ଡ ଚିକିତ୍ସାଳୟରେ ଚିକିସ୍ଥିତ ରୋଗୀ ମାନଙ୍କୁ ଏବଂ ଦୃଷ୍ଟିହୀନ ବିଦ୍ୟାଳୟରେ ଫଳ ବଣ୍ଟନ କରାଯାଇଥିଲା । ସ୍ଥାନୀୟ ଟାଉନ ହଲ ପରିସରରେ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସର ସିଧା ପ୍ରସାରଣ କରାଯାଇଥିଲା । ଏ ନେଇ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା, ଏଥିରେ ମୁଖ୍ୟ ଅତିଥି ଭାବେ ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଯୋଗଦେଇ ଦୀପ ଧୂପ ପ୍ରଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏଥିରେ ଅନ୍ୟତମ ଅତିଥି ରୂପେ ଏନଏସି ଉପାଧ୍ୟକ୍ଷା ଶାନ୍ତି କୁମାରୀ ନାୟକ, ସାଂସଦ ପ୍ରତିନିଧି ସୁରେନ୍ଦ୍ର ପାତ୍ର, ବିଧାୟକ ପ୍ରତିନିଧି ଅବନୀ କାନ୍ତ ନାୟକ, କାଉନସିଲର ହରପ୍ରିୟା ତ୍ରିପାଠୀ, ନାରାୟଣ ଡାକୁଆ, ବିଭୂତି ଭୂଷଣ ଲହରିଆ, ଶଶୀ କୁମାର ଦିଗାଳ, ପଦ୍ମାଳୟା ନାୟକ, ରୀନା କୁମାରୀ ପଣ୍ଡା, ଗୀତା ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଏନ୍‌ଏସି କର୍ମଚାରୀ କମ୍ବୁପାଣି ପାଣିଗ୍ରାହୀ, ବାଇଧର ମଲ୍ଲିକଙ୍କ ସମେତ ସମସ୍ତ ସ୍ୱଚ୍ଛ ସାଥି ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.