ସାଇବର ଠକେଇର ଶିକାର ହେଲେ ଡାକ୍ତର

କଟକ : କଟକ ସିଡ଼ିଏ ସେକ୍ଟର ୭ର ଡାକ୍ତର ସନାତନ ମହାନ୍ତି । ମୋବାଇଲ ସିମ ଆକ୍ଟିଭ ବାହାନାରେ ସାଇବର ଠକମାନେ ଡାକ୍ତର ମହାନ୍ତିଙ୍କୁ ଠକିବାକୁ ଜାଲ ବିଛାଇଥିଲେ । ଆଉ ସେଇ ଜାଲରେ ଡାକ୍ତର ବାବୁ ବି ପଡ଼ିଗଲେ ବୋଲି ଡାକ୍ତର ସନାତନ ମହାନ୍ତି ଅଭିଯୋଗ କରିଛ‌ନ୍ତି । ମୋବାଇଲ ସିମ ଆକ୍ଟିଭ ପାଇଁ ଠକମାନେ ଡାକ୍ତରବାବୁଙ୍କୁ ତଥ୍ୟ ମାଗିଥିଲେ । ଠକମାନେ ଏମିତି ବିଶ୍ୱାସ ଜନ୍ମେଇଲେ ଯେ, ଡାକ୍ତର ମହାନ୍ତି ତାଙ୍କ ପାଲରେ ପଡ଼ିଗଲେ । ଆକାଉଂଟ ନମ୍ବର ଖାଲି ନୁହେଁ ବରଂ ବ୍ୟାଙ୍କ କାଡର ସିଭିଭି ନମ୍ବର ବି ନେଇଗଲେ । କଥା ଏତିକିରେ ଅଟକି ନଥିଲା । ମୋବାଇଲକୁ ଆସିଥିବା ଓଟିପି ନମ୍ବର ବି ମାଗି ନେଇଥିଲେ ଠକ । ବାସ ତା’ର କିଛି ସମୟ ପରେ ଡାକ୍ତରଙ୍କ ଆକାଉଂଟରୁ ଗାଏବ ହୋଇଯାଇଥିଲା ୭୦ ଲକ୍ଷ ୮୭ ହଜାର ୭୦୦ । ଏନେଇ ସାଇବର ଥାନାରେ ଡାକ୍ତର ମହାନ୍ତି ଅଭିଯୋଗ କରିଥିବା ବେଳେ ଏନେଇ ପୁଲିସ ତନାଘନା ଆରମ୍ଭ କରିଦେଇଛି ।

Leave A Reply

Your email address will not be published.