ରୋଟାରୀ ଇଷ୍ଟର ୩୭ତମ ଅଧିଷ୍ଠାନ ଉତ୍ସବ

csstore
  • ଜାତୀୟତା ମନୋଭାବ ସୃଷ୍ଟି କରିବା ପାଇଁ ଆହ୍ୱାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରୋଟାରୀ କ୍ଲବ ଅଫ୍ ବ୍ରହ୍ମପୁର ଇଷ୍ଟର ୩୭ତମ କର୍ମକର୍ତ୍ତା ଅଧିଷ୍ଠାନ ଉତ୍ସବ ଧର୍ମନଗର-୫ ସ୍ଥିତ କ୍ଲବର ସଭାଗୃହରେ ଆୟୋଜିତ ହେଇଯାଇଛି । ଏହି ଉତ୍ସବରେ ସୁପ୍ରିମକୋର୍ଟର ବରିଷ୍ଠ ଅଧିବକ୍ତା ତଥା ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ଅଣନାତି ଯଶୋବନ୍ତ ଦାଶ ମୁଖ୍ୟ ଅତିଥି ରୂପ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ସହ ଉତ୍ସବ ଉଦ୍‌ଘାଟନ କରିଥିଲେ । ଜାତୀୟ ଚରିତ୍ରର ବିକାଶ ହେଲେ ଅଧିକ ଦେଇ କମ୍ ନେବା ମନୋବୃତ୍ତି ସୃଷ୍ଟି ହେବ ବୋଲି ପ୍ରକାଶ କରି ପ୍ରତ୍ୟେକ ରୋଟାରିଆନ୍ ସମାଜର ପ୍ରତିଫଳକ ରୂପେ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରଥମାର୍ଦ୍ଧ ବୈଠକରେ ବିଦାୟୀ ସଭାପତି ଡକ୍ଟର ପ୍ରଦୀପ୍ତ କୁମାର ପଟ୍ଟନାୟକ ସଭାପତିତ୍ୱ କରି ନିଜ କାର୍ଯ୍ୟକାଳର ବିବରଣୀ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ରୋଟାରୀ ଜିଲ୍ଲା ୩୨୬୨ ନିର୍ବାଚିତ ପ୍ରାନ୍ତପାଳ ୨୦୨୮-୨୯ ଅକ୍ଷେନ୍ଦୁ ଶେଖର ପଟ୍ଟନାୟକ (ବ୍ରହ୍ମପୁର ) ସମ୍ମାନିତ ଅତିଥି ରୂପେ ଯୋଗଦେଇ ବ୍ରହ୍ମପୁର ଇଷ୍ଟର କାର୍ଯ୍ୟ ଧାରାର ପ୍ରଶଂସା କରି ସମାଜର ଅଧିକ ମଙ୍ଗଳ ପାଇଁ ସ୍ଥାୟୀ ପ୍ରୋଜେକ୍ଟ ଉପରେ ଅଧିକ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ । ବିଶିଷ୍ଟ ଅତିଥି ରୂପେ ଆଞ୍ଚଳିକ ଚେୟାରମ୍ୟାନ ସତ୍ୟକାମ ପାତ୍ର, ସହକାରୀ ପ୍ରାନ୍ତପାଳ ପ୍ରଦ୍ୟୁମ୍ନ ବିଷୋୟୀ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ନୂତନ ବର୍ଷ ୨୦୨୬-୨୭ର ନବନିର୍ବାଚିତ ସଭାପତି ହୣଷିକେଶ ପ୍ରଧାନ ଓ ସମ୍ପାଦକ ଶାନ୍ତନୁ କୁମାର ପାତ୍ର ବିଦାୟୀ ସଭାପତି ଡ଼ଃ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରି ଆଗାମୀ ବର୍ଷ ପାଇଁ ଚିନ୍ତନ ହୋଇଥିବା କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ଦେଇ ରୋଟାରୀ ଇଷ୍ଟକୁ ରୋଟାରୀ ଜିଲ୍ଲା -୩୨୬୨ର ଏକ ଚର୍ଚ୍ଚିତ କ୍ଲବକୁ ନେବା ପାଇଁ ସମସ୍ତ ସଭ୍ୟଙ୍କର ସହଯୋଗ କାମନା କାରୀଥିଲେ । ବଦାୟୀ ସମ୍ପାଦକ ଅଶ୍ୱିନୀ ପାତ୍ର ବିଦାୟୀ ବର୍ଷର ବିବରଣୀ ପଠନ କରିଥିଲେ । ଏହି ଅବସରରେ ସହର ଅନ୍ୟାନ୍ୟ କ୍ଲବର କର୍ମକର୍ତ୍ତା ଓ ସଭ୍ୟ ବୣନ୍ଦ ଯୋଗ ଦେଇଥିଲେ । ନୂତନ ରୂପେ ୨୦ ଜଣ ସଭ୍ୟଙ୍କୁ ପୂର୍ବତନ ପ୍ରାନ୍ତପାଳ ଡାକ୍ତର ନାରାୟଣ ମିଶ୍ର ରୋଟାରୀ ପିନ୍ ଦେଇ ଶପଥ ପାଠ କରାଇଥିଲେ । ପୂର୍ବତନ ସଭାପତି ଗଦାଧର ରାଉଳ ଓ ଡବ୍ଳ୍ୟୁ ଧନ୍ଵନ୍ତରୀ ବିଦାୟୀ ସଭାପତି ଓ ସମ୍ପାଦକଙ୍କ ଠାରୁ ନବ ନିର୍ବାଚିତ ସଭାପତି ଓ ସମ୍ପାଦକଙ୍କୁ ଦାୟିତ୍ଵ ହସ୍ତାନ୍ତର ପ୍ରକ୍ରିୟା ପରିଚାଳନା କରିଥିଲେ । ପୂର୍ବତନ ସଭାପତି ସ୍ଵରାଜ୍ୟ ସାହୁ, ଆଇ. ରାଜେଶ୍ଵର ରାଓ, ପ୍ରଦୀପ କୁମାର ପଣ୍ଡା, କାମରାଜୁ ମହାରଣା, କୁଶ ପାତ୍ର, ଅଜିତ କୁମାର ପୣଷ୍ଟି, ଜୟନ୍ତ କିଶୋର ପାତ୍ର, ସୁମିତ୍ କୁମାର ପଟ୍ଟନାୟକ, ଡାକ୍ତର ମଦନ ମୋହନପଣ୍ଡା, ଦୁର୍ଗା ରାଓ, ପ୍ରତ୍ୟୁଷ ଦାଶ, ପ୍ରଦୀପ ନାୟକ, ସନ୍ତୋଷ ତ୍ରିପାଠୀ, କୁନାଲ କୌଶିକ ପଣ୍ଡା ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ । ପୂର୍ବତନ ସଭାପତି ଡାକ୍ତର ସମ୍ବିତ ବେଗ୍ରାୟ ମଞ୍ଚ ସଂଯୋଜନା କରିଥିବା ବେଳେ ସୁଧାଂଶୁ ଶେଖର ଖଡ଼ଗରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.