ସୋନିଆ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଖପ୍ରାଖୋଲ, ( କ୍ରିଷ୍ଣା ସେଠୀ) : ଲାଠୋର ହାଇସ୍କୁଲ ଖେଳପଡିଆ ରେ ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ଆନ୍ତଃ ରାଜ୍ୟ ସୋନିଆ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚ୍‌ ଭିଲାଇ ଏବଂ ରାୟପୁର ମଧ୍ୟରେ ଖେଳା ଯାଇଥିଲା । ଏଥିରେ ପ୍ରଥମେ ବ୍ୟାଟିଂ କରି ଭିଲାଇ ଦଳ ଅଲ୍ଆଉଟ୍ ହୋଇ ୧୦୯ ରନ୍ ସଂଗ୍ରହ କରିଥିଲେ । ୧୧୦ ରନର ବିଜୟ ଲକ୍ଷ ନେଇ ପଡିଆକୁ ଓହ୍ଲେଇ ଥିବା ରାୟପୁର ଦଳ ଆରାମରେ ୧୧୦ ରନ୍ ସଂଗ୍ରହ କରି ଚମ୍ପିୟାନ ହୋଇଛି । ଆଜିର ଖେଳରେ ମୁଖ୍ୟ ଅତିଥି ଭାବେ ଲାଠୋର ଗ୍ରାମର ସମାଜ ସେବୀ ଶଙ୍କର ଲାଲ ଅଗ୍ରଓ୍ବାଲ ସମ୍ମାନିତ ଅତିଥି ଭାବେ ଲାଠୋର ସରପଞ୍ଚ ପ୍ରବିଣ ଅଗ୍ରୱାଲ, ସମାଜସେବୀ ଶୀତଳ ଅଗ୍ରଓ୍ବାଲ, ସମାଜସେବୀ ଗୋବିନ୍ଦ ଅଗ୍ରଓ୍ବାଲ, ରିଙ୍କୁ ଅଗ୍ରଓ୍ବାଲ ପ୍ରମୁଖ ଉପସ୍ଥିତ ଥିଲେ। ବିଜେତା ରାୟପୁର ଦଳକୁ ଟ୍ରଫି ସହ ନଗଦ ୩୫୦୦୦ ଟଙ୍କା ଏବଂ ଉପବିଜେତା ଭିଲାଇ ଦଳକୁ ଟ୍ରଫି ସହ ନଗଦ ୨୦୦୦୦ ଟଙ୍କା ଦେଇ ପୁରସ୍କୃତ କରାଯାଇଛି । ଆଜିର ଖେଳ ଉପୋଭୋଗ କରିବା ପାଇଁ ବହୁ ସଂଖ୍ୟକ ଦର୍ଶକ ପଡ଼ିଆରେ ଉପସ୍ଥିତ ଥିଲେ । ଲାଠୋର ବିସିସିର ସମସ୍ତ ସଦସ୍ୟମାନେ ଖେଳ ପରିଚାଳନା କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.