jsm

ଟିଟିଲାଗଡ ହାଇସ୍କୁଲ ପଡ଼ାରେ ବିଦେଶୀ ମଦ ଦୋକାନକୁ ବିରୋଧ : ନିୟମର ଖିଲାପ କରି ଖୋଲିଛି ଦୋକାନ – ଅବକାରୀ ବିଭାଗ ଅଧିକାରୀଙ୍କ ଭୂମିକା ସନ୍ଦେହରେ

csstore

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସପ୍ତାହେ ନ ପୂରୁଣୁ ଦୁଇ ଦୁଇ ଥର ରାସ୍ତା ରୋକ କଲେ ପଡ଼ାବାସୀ । ଆନ୍ଦୋଳନ ପାଇଁ ରାସ୍ତା ଅବରୋଧ କଲେ ପଡ଼ାବାସୀ । ଅବକାରୀ ବିଭାଗ ସହ ପଡ଼ାବାସୀଙ୍କ ତୁତୁ ମେମେ, ବିଦେଶୀ ମଦ ଦୋକାନକୁ ବିରୋଧ କରି ତୃତୀୟ ଥର ପାଇଁ ରାସ୍ତା ଅବରୋଧ କରିଛନ୍ତି ଟିଟିଲାଗଡ ହାଇସ୍କୁଲ ପଡ଼ାବାସୀ । ତେବେ ମଦ ଦୋକାନ ପାଖରେ ସ୍କୁଲ, ନର୍ସିଂ କଲେଜ ଓ ମନ୍ଦିର ଥିବାରୁ ଏହାକୁ ବିରୋଧ କରିବା ସହ ଉପ ଜିଲ୍ଲାପାଳ ଟିଟିଲାଗଡକୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ତାପରେ ସୋମବାର ରାସ୍ତା ଅବରୋଧ କଲେ । ବିଭାଗୀୟ ଅଧିକାରୀ ଓ ପୋଲିସ ଏବଂ ଉପଜିଲ୍ଲାପାଳ ଆସିଲେ ଏବଂ ଦୁଇ ଘଣ୍ଟା ପରେ ପୁଣି ମଦ ଦୋକାନ ଖୋଲିଲା । ପ୍ରଶାସନ ନୀରବ ଥିବାରୁ ତଥା ଉପଜିଲ୍ଲାପାଳଙ୍କ ଆଦେଶରେ କିଛି ମୂଲ୍ୟ ନ ଥିବାରୁ ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ଲୋକେ ଓ ମହିଳା । ତେବେ ଖବର ପାଇ ଅବକାରୀ ଅଧିକାରି ଓ ତହସିଲଦାର ପହଞ୍ଚି ବିକ୍ଷୋଭକାରୀଙ୍କ ସହ ବୁଝାସୁଝା କରିଥିଲେ । ପରିତାପର ବିଷୟ ଯେ, ଅବକାରୀ ନିୟମର ଖୋଲା ଉଲଂଘନ କରି ଏହି ମଦ ଦୋକାନ ଖୋଲିଛି ଯାହକି ସମ୍ପୂର୍ଣ୍ଣ ଭୁଲ ଅଟେ । ଏହି ଦୋକାନକୁ ଏଠାରୁ ଉଠେଇବାକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସାଧାରଣରେ ଦାବି ହେଉଛି । ରାସ୍ତା ଅବରୋଧ ପାଇଁ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ଜାମ ହୋଇଥିବା ଦେଖିବାକୁ ମିଳିଥିଲା । ନିୟମ ମୁତାବକ ନୂତନ୍ ଟେଣ୍ଡର ୱାର୍ଡ ନମ୍ବର ୯ ରେଳଷ୍ଟେସନ ରୋଡରେ ବାହାରିଥିବା ବେଳେ ହାଇସ୍କୁଲ ପଡ଼ାରେ କିପରି ଅବକାରୀ ବିଭାଗ ଅନୁମତି ଦେଇଛି ? ଏହାର ବିଧିବଦ୍ଧ ତଦନ୍ତ କରାଯିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓକିଲ୍ ସଙ୍ଘର ପୂର୍ବତନ ସଭାପତି ସଞ୍ଜୟ ବେହେରା ପ୍ରଶ୍ନ ଉଠେଇଛନ୍ତି ।

yuvodaya
Leave A Reply

Your email address will not be published.