
କଣ୍ଟାବାଞ୍ଜି, (କେପିଏନ୍ଏସ) : ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ତେଣୁ ଗୁରୁ ସର୍ବଦା ପୂଜନୀୟ ବୋଲି ଅତିଥିମାନେ ମତ ଦେଇଥିଲେ । ହିଆଲ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚଟୁଅନକା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ପ୍ରାଧାନ ଶିକ୍ଷକ ପ୍ରତାପଚନ୍ଦ୍ର କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମାନ୍ଦଲା କ୍ଲଷ୍ଟରର ସିଆର୍ସିସି ଧନସିଂ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ବୁରୋମାଲ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୁଦତ୍ତ ସାହୁ, ହାତମୁଣ୍ଡା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାରଦା ଠାକୁର, ଚଟୁଅନକା ବିଦ୍ୟାଳୟର ଶିକ୍ଷୟିତ୍ରୀ ପଦ୍ମାବତୀ ସାହୁଙ୍କୁ ଚାକିରୀରୁ ଅବ୍ୟାହତି ନେଇଥିବାରୁ କ୍ଲଷ୍ଟର ତରଫରୁ ସମ୍ବର୍ଦ୍ଧନା ସ୍ୱରୂପ ପ୍ରଶଂସା ପତ୍ର, ଉପଢୌକନ ଓ ଉପହାର ପ୍ରଦାନ କରାଯାଇଥିଲା । ଶିକ୍ଷୟିତ୍ରୀ ଅନୀତା ତ୍ରିପାଠୀ, ପୁଷ୍ପାଞ୍ଜଳି ମହାପାତ୍ର, ଦୀପ୍ତିବାଳା ବେହେରା, କୃଷ୍ଣଚନ୍ଦ୍ର ପଣ୍ଡା, ଜ୍ୟୋତିର୍ମୟ ଭୋଇ,ଅମରେନ୍ଦ୍ର ବାଗ ଅବସର ନେଉଥିବା ଶିକ୍ଷକଙ୍କ ବିଷୟରେ କହିଥିଲେ । ସିଆର୍ସିସି ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା କରିଥିଲେ । ଏହି ସଭାରେ ଶିକ୍ଷୟିତ୍ରୀ ମୀନାକ୍ଷୀ ପାଣ୍ଡେ, ଭି. କ୍ରିଷ୍ଣା କୁମାରୀ, ମାନସୀ ସାହୁ, ମମତା ଯୋଷୀ, ମମତା ପୁରୋହିତ, ମମତା ପଣ୍ଡା, ଜାନକୀ ନାଗ, ଯଶୋବନ୍ତୀ ମାଝୀ, ଲତାମଣି ସ୍ୱାଇଁ, ମଧୁମତୀ ଦୀପ, ସୁରେଶ୍ୱରୀ ବାରିକ, ସସ୍ମିତା ସେଠ, ଶ୍ୱେତା ବାଗ, ବୈଜୟନ୍ତୀ ପାଢ଼ୀ, ତପସ୍ୱୀନି ମାଝୀ, ରେଣୁକା ମହାନନ୍ଦ, ସୁମିତ୍ରା ସାହୁ, ଚୁଡାମଣି ବେହେରା, ଅମରକାନ୍ତ ବେହେରା, ବିବେକ ରାଏ, ମୃତ୍ୟୁଞ୍ଜୟ ପ୍ରଧାନ, ସୌରଭ ବେହେରା, ବିଜୟ ତାଣ୍ଡୀ, ମାୟାଧର ସଗ୍ରିଆ, କିଶୋର ବରିହା, ଡିଙ୍ଗର ଭୋଇ, ଭୁରଷି ରଣା, ସଚିନ ସେଠ, ଅପୁ କୁମାର ଭୋଇ, ସତ୍ୟ ଧରୁଆ, ସୁନୀଲ ସେଠ, ସୁରେଶ ତାଣ୍ଡୀ, ଅନୀଲ ମେହେର, ରାଜେନ୍ଦ୍ର ଦଣ୍ଡସେନା, ପ୍ରହଲ୍ଲାଦ ଶିକା, ସୌମ୍ୟରଞ୍ଜନ ସାହୁ, ଖଗେଶ୍ୱର ଦଣ୍ଡସେନା,ସୁରେଶ ରାଉତ, ପିଙ୍କୁ ନାଗ, ରାଜେନ୍ଦ୍ର ସେଠ ଯୋଗ ଦେଇଥିଲେ । ସଭା ପରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅବସର ଗ୍ରହଣ କରିଥିବା ଶିକ୍ଷକମାନଙ୍କ ଘରକୁ ପ୍ରୋସେଶନ କରି ଛାଡିବାକୁ ଯାଇଥିଲେ ।

