jayashree

ସାମ୍ବାଦିକ ପେନସନ ଯୋଜନା ଆଲୋଚନା ଚକ୍ର

କେନ୍ଦୁଝର, (କେପିଏନ୍‌ଏସ୍‌) : ଜୁନ ୨୩ରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡିଶା ସାମ୍ବାଦିକଙ୍କ ସୁରକ୍ଷା ନିମନ୍ତେ ଦେଇଥିବା ଏକ ରାୟ ପରିପ୍ରେକ୍ଷୀରେ ଏକ ଆଲୋଚନା ଚକ୍ର କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପ୍ରକୋଷ୍ଠରେ ଆୟୋଜିତ ହୋଇଯାଇଛି । ଏସଜେଏଓ ରାଜ୍ୟ ସଭାପତି କାହ୍ନୁ ଚରଣ ନନ୍ଦ, ଉପସଭାପତି ପ୍ରଦୀପ୍ତ କିଶୋର ଚୌଧୁରୀ, ସାଧାରଣ ସମ୍ପାଦକ ଆଶୁତୋଷ ବେହେରା, ସଂଗଠନ ସମ୍ପାଦକ ବିପ୍ଳବ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ସିଓଏନଟିସି ନମ୍ବର ୧୧୮୯ ଅଫ୍‌ ୨୦୨୬ରେ ସିନିଅର ଜର୍ଣ୍ଣାଲିଷ୍ଟ ଆସୋସିଏସନ ଓଡିଶାଙ୍କ ସପକ୍ଷରେ ରାୟ ଦେଇ ରାଜ୍ୟରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ମାନଙ୍କ ପାଇଁ ପେନସନ ଯୋଜନା ତିନିମାସ ମଧ୍ୟରେ ଲାଗୁ କରିବାକୁ ନିର୍ଦ୍ଦେଶ ଦେବା ସମ୍ପର୍କରେ ଆଲୋକପାତ କରିଥିଲେ । ବହୁଦିନରୁ ରାଜ୍ୟର ବିଭିନ୍ନ ସାମ୍ବାଦିକ ସଂଗଠନ ଏ ସମ୍ପର୍କ ପ୍ରଚେଷ୍ଟା ଜାରି ରଖିଥିଲେ ମଧ୍ୟରେ ଏସଜେଏଓ ଯେଉଁ ସଫଳତା ପାଇଛି ତାହା ସମଗ୍ର ସାମ୍ବାଦିକଙ୍କ ପାଇଁ ଉତ୍ସର୍ଗ ବୋଲି କହିଥିଲେ । ଜିଲ୍ଲାର ଚମ୍ପୁଆ, ଆନନ୍ଦପୁର, ଯୋଡ଼ା, ବଡ଼ବିଲ, କେନ୍ଦୁଝର ଆଦି ଅଂଚଳରୁ ବହୁ ସାମ୍ବାଦିକ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିବା ସହିତ ନିଜ ନିଜ ମତବ୍ୟକ୍ତ କରିଥିଲେ । ଆବାହକ ରାଜେନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସାମ୍ବାଦିକ ଜୁବୁଲି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.