ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ବସ-ଟ୍ରକ ମୁହାଁମୁହିଁ ଧକ୍କା

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ୍ ଜିଲ୍ଲା ଦେଇ ଯାଇଥିବା ୪୪ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ-ବସ୍ ମଧ୍ୟରେ ଧକ୍କା ହେବାରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ହୋଇଛନ୍ତି ଆଉ ୪ ଜଣ । ତେବେ ମୃତକଙ୍କ ମଧ୍ୟରେ ୮ ମହିଳା, ୫ ପୁରୁଷ ଓ ଜଣେ ଶିଶୁ ଅଛନ୍ତି । ସମସ୍ତ ଆହତଙ୍କୁ ସରକାରୀ ଜେନେରାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.