csstore

ଓଡ଼ିଶାର ସାମ୍ବାଦିକମାନଙ୍କ ନ୍ୟାର୍ଯ୍ୟ ଦାବୀ ଉପରେ ରାଜ୍ୟ ସରକାର ବିଚାର କରୁଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ସାମ୍ବାଦିକମାନଙ୍କ ନ୍ୟାର୍ଯ୍ୟ ଦାବୀ ପେନସନ ପ୍ରୋଟେକସନ୍ ଏକ୍ରିଡେଶନ ପୂରଣ କରିବା ଦିଗରେ ରାଜ୍ୟ ସରକାରଙ୍କ ବିଚାର କରୁଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣୀଧନ ବିକାଶ ଏବଂ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପୋଲସରା ଠାରେ ଓୟୁଜେ ସଂଗଠନ ପକ୍ଷରୁ ଆୟୋଜିତ ସଭାରେ ମତପ୍ରକାଶ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ’ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ୟୁନିଅନ (ଓୟୁଜେ)ର ସାଧାରଣ ପରିଷଦ ବୈଠକ ତଥା ପୋଲସରା ପ୍ରେସ୍ କ୍ଲବର ୧୯ ତମ ବାର୍ଷିକ ଉତ୍ସବ ପୋଲସରା ସହରର ପାଟିଗଡ ରାସ୍ତାରେ ଥିବା ମଧୁବୈଶ୍ୟ ସମାଜ କଲ୍ୟାଣ ମଣ୍ଡପ ଠାରେ ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀଧନ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆସିଥିବା ସାମ୍ବାଦିକ ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ । ସାମ୍ବାଦିକ ମାନେ ହେଉଛନ୍ତି, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଏବଂ ସେମାନେ ଆମ ପାଇଁ ସମାଜର ଦର୍ପଣ ସଦୃଶ୍ୟ ଅଟନ୍ତି । ଏଣୁ ସେମାନେ ଗଣତନ୍ତ୍ରର ସୁରକ୍ଷା ସହିତ ସମାଜର ସମସ୍ୟାକୁ ଦର୍ପଣ ଭଳି ଦେଖାଇଥାନ୍ତି । ସାମ୍ବାଦିକମାନଙ୍କ ପ୍ରତି ବର୍ତ୍ତମାନ ସରକାରଙ୍କର ସହାନୁଭୂତି ରହିଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଆସିକା ସାଂସଦ ଶ୍ରୀମତୀ ଅନୀତା ଶୁଭଦର୍ଶନୀ ପଟ୍ଟନାୟକ ସମ୍ମାନିତ ଅତିଥୀ ଭାବେ ଯୋଗଦେଇ ସାମ୍ବାଦିକମାନେ ନିଜ ସାମାଜିକ ଦାୟିତ୍ୱ ନିର୍ବାହ କରି ନିଜ ପାଇଁ ନୁହେଁ କେବଳ ଗଣତନ୍ତ୍ର ପାଇଁ ବଞ୍ଚି ରହିଛନ୍ତି । ଏଣୁ ସାମ୍ବାଦିକ ମାନଙ୍କ ସମସ୍ୟା ସମ୍ପର୍କରେ ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସହିତ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସଂଘର ଅନ୍ୟତମ ଦାବୀ ମଧ୍ୟରେ ରହିଥିବା ସ୍ୱଷ୍ଟ କରାଯାଇଛି । ଯାହା ଭାରତୀୟ ରେଳ ଯାତ୍ରାରେ ସାମ୍ବାଦିକମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ରେଳ ଟିକେଟରେ ରିହାତି ବ୍ୟବସ୍ଥା ସମ୍ପର୍କରେ ସାଂସଦ ମହାଶୟା ଅବଗତ ହୋଇ ଏହାକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଖରେ ପହଞ୍ଚାଇ କାର୍ଯ୍ୟକାରୀ କରିବେ ବୋଲି କହିଛନ୍ତି । ଓଡ଼ିଶାର ସାମ୍ବାଦିକ ମାନଙ୍କ ନ୍ୟାର୍ଯ୍ୟ ଦାବୀ ପେନସନ ପ୍ରୋଟେକସନ୍ ଏକ୍ରିଡେଶନ ପୂରଣ କରିବା ଦିଗରେ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ କାହିଁକି ? ବୋଲି ଓଡ଼ଶା ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟ ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତି ସ୍ୱର ଉତ୍ତୋଳନ କରିଛନ୍ତି । ସେ କହିଛନ୍ତି, ଯେ’ ଭାରତ ଭଳି ଦେଶର ୧୯ ଟି ରାଜ୍ୟର ରାଜ୍ୟ ସରକାର ସାମ୍ବାଦିକମାନଙ୍କ ପାଇଁ ପେନସନ ବ୍ୟବସ୍ଥା ସାରିଛନ୍ତି । ନିକଟରେ ନୂତନ ଭାବେ ଅବସ୍ଥାପିତ ହୋଇଥିବା ପଶ୍ଚିମବଙ୍ଗ ସରକାର ତଥା ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆସନକୁ ଆସିବାର ଦୁଇ ମାସ ମଧ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରି ପେନସନ ବ୍ୟବସ୍ଥା କରି ସାରିଲେଣି । ଓଡ଼ିଶାରେ ବିଜେପି ନେତ୍ତୃତ୍ଵଧିନ ସରକାର ଆସିବାର ଦୁଇ ବର୍ଷ ବିତିଗଲାଣି, ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରରେ ଏହାକୁ କାର୍ଯ୍ୟକାରୀ କରିବାରେ କାହିଁକି ପଛଘୁଞ୍ଚା ଦେଇଆସିଛନ୍ତି ବୋଲି ରାଜ୍ୟ ସରକାରଙ୍କୁ ଓୟୁଜେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଖୁବ୍ ଶୀଘ୍ର ଏହି ଦାବୀ କାର୍ଯ୍ୟକାରୀ ନହେଲେ ପୁନଃବାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ରାଜ୍ୟ ସରକାର ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି କହିଥିଲେ । ଓୟୁଜେ ଗଞ୍ଜାମ ଜିଲ୍ଲା ସଭାପତି ସଦାଶିବ ପଣ୍ଡା ଓ ପୋଲସରା ପ୍ରେସ କ୍ଳବର ସଭାପତି କେ. ସୁମିତ୍ରା ପାତ୍ରଙ୍କ ମିଳିତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଆଚାର୍ୟ୍ୟ ବିଶ୍ୱରଞ୍ଜନ, ପଞ୍ଚାୟତ ସମିତି ଅଧ୍ୟକ୍ଷା କଳ୍ପନା ପ୍ରଧାନ, ଅଶୋକ କୁମାର ମହାଙ୍କୁଡ, ରାଜୀବ ଲୋଚନ ମିଶ୍ର, ରବିନ୍ଦ୍ରନାଥ ମିଶ୍ର, ରବିନ୍ଦ୍ର କୁମାର ପଣ୍ଡା, ରାଜଗୋପାଳ ପାଢ଼ୀ, ମେଘନାଦ ଦାସ ଏବଂ ଶକ୍ତିଧର ରାଜଗୁରୁ ପ୍ରମୁଖ ମଞ୍ଚାସୀନ ହୋଇ ନିଜ ନିଜର ମତବ୍ୟକ୍ତ କରିଥିଲେ । ବୈଠକ ପ୍ରାରମ୍ଭରେ ଯୁବ ସଂଗଠକ ସିମାଞ୍ଚଳ ସାହୁ ସ୍ୱାଗତ ଭାଷଣ ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସନ୍ତୋଷ କୁମାର ମିଶ୍ର ଓ ସନ୍ତୋଷ କୁମାର ପଣ୍ଡା ବିବରଣୀ ପାଠ କରିଥିଲେ । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ପ୍ରେସ କ୍ଲବ୍ ପକ୍ଷରୁ ବରିଷ୍ଠ ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ, ରବିନ୍ଦ୍ର ନାଥ ପଣ୍ଡା, କ୍ଷୀରୋଦ ଚନ୍ଦ୍ର ସାହୁ, ଶ୍ରୀକାନ୍ତ ମହାନ୍ତି, ଅଜିତ୍ ସ୍ୱାଇଁ, ସୁଧୀର ନାହକ ପ୍ରମୁଖ ଯୋଗଦେଇ ନିଜ ନିଜ ମତବ୍ୟକ୍ତ କରିଥିଲେ । ସର୍ବଶ୍ରୀ ନାରାୟଣ ସାହୁ, ଅକ୍ଷାନ୍ତ ମିଶ୍ର, କେ.ସନ୍ତୋଷ କୁମାର ପାତ୍ର, ସୁଶାନ୍ତ ମହାରଣା, ଟି. ଶରତ କୁମାର ସୁବୁଦ୍ଧି, ନୃସିଂହ ସ୍ୱାଇଁ, କାର୍ତ୍ତିକ ପାତ୍ର, ରବିନ୍ଦ୍ର ପ୍ରଧାନ, ପ୍ରଗତିବନ୍ଧୁ ଦାସ, ରୋହିତ ପ୍ରଧାନ, ପିଣ୍ଟୁ ବିଷୋୟୀ ଓ ହୃଷୀକେଶ ନାୟକ ଉତ୍ସବ ଆୟୋଜନ ଓ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ । ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ବନ୍ଦେ ମାତରଂ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଶେଷରେ ହରିହର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.