ରୁଗୁଡ଼ିଖାଲରେ ବିଜେପି ପକ୍ଷରୁ ରା‌ସ୍ତା ରୋକ

ଲୋଇସିଂହା, (କେପିଏନ୍‌ଏସ୍‌) : ଚାଷୀ ସମସ୍ୟାର ସମାଧାନ ଦାବୀରେ ଆଜି ପ‌ଶ୍ଚିମ ଓଡ଼ିଶାରେ ବିଜେପି ପକ୍ଷରୁ ଦିନ ୧୦ଟାରୁ ୧ଟା ରା‌ସ୍ତା ରୋକ ଚାଲିଛି । ଏହି କ୍ରମରେ ‌ସ୍ଥାନୀୟ ରୁଗୁଡ଼ିଖାଲ ସ‌ମ୍ବଲପୁର-ବଲା‌ଙ୍ଗିର ଜାତୀୟ ରାଜପଥରେ ଲୋଇସିଂହା ବିଧାୟକ ଡ଼.ମୁକେଶ ମହାଲିଙ୍ଗ‌‌ଙ୍କ ନେତୃ‌ତ୍ୱରେ ବିଜେପି କର୍ମୀମାନେ ଉପ‌ସ୍ଥିତ ରହି ରା‌ସ୍ତାରୋକ ଆୟୋଜନ କରିଛ‌ନ୍ତି । ଏହାଫଳରେ ଯାନବାହନ ଚଳାଚଳରେ ବ୍ୟାହତ ସୃ‌ଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.