ସଇଁନ୍ତଲା କନ୍ୟାଶ୍ରମକୁ ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ଅଚାନକ ପରିଦର୍ଶନ, ଛାତ୍ରୀଙ୍କ ଠାରୁ ବୁଝିଲେ ପାଠପଢ଼ା : ଖାଦ୍ୟପେୟର ସବିଶେଷ ତଥ୍ୟ ଶିକ୍ଷୟତ୍ରୀ କଲେ ପାନୀୟ ଜଳ ସମସ୍ୟାର ଅଭିଯୋଗ

ସଇଁ‌ନ୍ତଲା, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଭବାନୀପାଟଣାରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ସମୟରେ ସଇଁ‌ନ୍ତଲା ସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ହେଉଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁୁ ଅଚାନକ ପହଂଚିଥିଲେ । ଏହି ସମୟରେ ପଢ଼ାପଢି କେମିତି ଚାଲିଛି, ଠିକ ଭାବରେ ଖାଦ୍ୟ ଦିଆଯାଉଛି କି ନାହିଁ ବୋଲି ଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଶିକ୍ଷୟତ୍ରୀମାନେ ପିଇବା ପାଣି ସମସ୍ୟା ପାଇଁ ମନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଗସ୍ତ ସମୟରେ ବଲାଙ୍ଗିର ଡିଡବ୍ଲୁଓ ଅଲେଖ ବିଶ୍ୱାଲ, ସଇଁ‌ନ୍ତଲା ଡବ୍ଲୁଇଓ ମନୋରଂଜନ ବେହେରା, ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ହୋତା ଓ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.