oom

କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଛାତ୍ରଛାତ୍ରୀଙ୍କ ଅଭିଯୋଗ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅଧୀନରେ ଥିବା ଖୁଣ୍ଟପାଲି ବାବା ବାଲୁଙ୍କେଶ୍ବର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ଗତ ୧୦ ତାରିଖ ବୁଧବାର ଦିନ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଛାତ୍ରଛାତ୍ରୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏହି ପରିପ୍ରେକ୍ଷୀରେ ବରଗଡ଼ ସଦରଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି । ଗତ ତା: ୧୦.୦୨.୨୦୨୧ରିଖ ଠାରୁ କଲେଜରେ ପୁନଃ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । କରୋନା କାଳକୁ ଦୃଷ୍ଟିରେ ରଖି ଫିସ ଛାଡ଼ କରିବା ପାଇଁ ଛାତ୍ରଛାତ୍ରୀ ମାନେ ପ୍ରଧାନଶିକ୍ଷକଙ୍କୁ ଭେଟି କହିଥିଲେ । ଛାତ୍ରଛାତ୍ରୀମାନଙ୍କ ଅଭିଯୋଗ ଅନୁସାରେ ପ୍ରଧାନଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କୁ ଖରାପ ଭାଷାରେ ଗାଳି କରିବା ସହିତ ଫେଲ୍ କରି ଦେବା ଏବଂ କଲେଜରୁ ତଡି ଦେବା ପାଇଁ ଧମକ ଦେଇଥିଲେ । ବିଶେଷ କରି ଛାତ୍ରୀମାନଙ୍କୁ ଖରାପ ଭାଷା ପ୍ରୟୋଗ କରିଥିବା ଯୋଗୁଁ ଗତକାଲି କଲେଜ ଛାତ୍ରଛାତ୍ରୀଙ୍କ ଅଭିିିଭାବକ ତଥା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ତରଫରୁ କଲେଜ ପରିସରରେ ଅନେକ ସମୟ ଧରି ଧାରଣା ଦିଆଯାଇଥିଲା ଏବଂ ଛାତ୍ରଛାତ୍ରୀ ପ୍ରଧାନଶିକ୍ଷକଙ୍କ ଇସ୍ତଫା ଦାବୀ କରାଯିବା ସହ ଫି’ କୋହଳ କରାଯାଉ ବୋଲି ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଆଜି ଡେପୁଟି ଜିଲ୍ଲାପାଳ ଶ୍ରୀମତୀ ସୁମତି ଦାଶଙ୍କୁ ଦାବୀ କରାଯାଇଛି ।

jittmm
Leave A Reply

Your email address will not be published.