jayashree

ସୁନାଫୁଲ ସାହିତ୍ୟ ସଂସଦ ପକ୍ଷରୁ ପରିବେଶ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନାଫୁଲ ସାହିତ୍ୟ ସଂସଦ ପକ୍ଷରୁ ପରିବେଶ ଦିବସ ପାଳିତ ହୋଇଯାଇଛି । ସଂସଦର ସାଧାରଣ ସମ୍ପାଦକ ସୁନୀଲ ମହାନ୍ତି ଓ ସଂଗଠନ ସମ୍ପାଦକ ବ୍ରହ୍ମାନନ୍ଦ ପାଢ଼ୀଙ୍କ ତତ୍ତ୍ୱାବଧାନରେ ଛେଣ୍ଡ ସ୍ଥିତ ବନବିଭାଗ ଚାରା ଉତ୍ପନ୍ନ କେନ୍ଦ୍ରରୁ କୃଷ୍ଣଚୁଡା ଚାରା ଆଣି କଲୋନୀସ୍ଥ ହନୁମାନ ମନ୍ଦିର ସାମ୍ନା ପାର୍କରେ ରୋପଣ କରାଯାଇଛି । ଆଜିଠାରୁ ସୁନାଫୁଲ ପକ୍ଷରୁ ଚାରା ରୋପଣ ଶୁଭାରମ୍ଭ କରାଗଲା ଏବଂ ଏହି କାର୍ଯ୍ୟକ୍ରମ ଆସନ୍ତା ସେପ୍ଟେମ୍ବର ପନ୍ଦର ପର୍ଯ୍ୟନ୍ତ କରାଯିବାକୁ ସଂସଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପ୍ରତ୍ୟେକ ସଭ୍ୟ ଅତି କମରେ ପାଞ୍ଚଟି ଗଛ ଲଗାଇ ଏହାର ଯତ୍ନ ନେବାକୁ ସଂସଦର ସଭାପତି ମହେନ୍ଦ୍ର ମହାନ୍ତି ଅନୁରୋଧ କରିଛନ୍ତି । ବରିଷ୍ଠ ଉପଦେଷ୍ଟା ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଭୀମସେନ ସାହୁ ବୃକ୍ଷ ରୋପଣ ପୂର୍ବକ ଏହାକୁ ମିତ୍ର ଭାବରେ ଯତ୍ନ ନେବାକୁ କହିଥିଲେ । ଜଳବାୟୁ ପରିବର୍ତ୍ତନ, ଉଷ୍ଣତା ବୃଦ୍ଧିରୁ ରକ୍ଷା, ଜୈବ ବିବିଧତା ହ୍ରାସ ଆଦିକୁ ଲକ୍ଷ୍ୟ ରଖି ସୁନାଫୁଲ ପକ୍ଷରୁ ପ୍ରତିବର୍ଷ ବୃକ୍ଷରୋପଣ କରାଯିବା ସହ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଆସୁଛି ବୋଲି ସାଧାରଣ ସମ୍ପାଦକ କହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରମୋଦ କୁମାର ପାତ୍ର, ହୃଷିକେଶ ମୁଦୁଲି, ଅଶୋକ ପାତ୍ର, ତ୍ରିଲୋଚନ ପାଢ଼ୀ ପ୍ରମୁଖ ବହୁ ସଭ୍ୟ ସଭ୍ୟା ସାମିଲ ହୋଇଥିଲେ । ସଂଗଠନ ସମ୍ପାଦକ ବ୍ରହ୍ମାନନ୍ଦ ପାଢ଼ୀ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.